ଦେଶ

ଭାରତ କେବଳ ନିଜ ପାଇଁ ନୁହେଁ , ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି : ପ୍ରଧାନମନ୍ତ୍ରୀ ମୋଦୀ – Ibnodisha

[ad_1]

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି । ଗ୍ରାମୀଣ ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବେ। ପ୍ରତ୍ୟେକ କେନ୍ଦ୍ର ଅତିକମରେ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାୟ ୧୦୦ ଯୁବକ, ଯୁବତୀଙ୍କୁ ତାଲିମ ଦିଆଯିବ । ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧୀନରେ ଥିବା ଶିଳ୍ପ ଭାଗିଦାରୀ ଏବଂ ଏଜେନ୍ସି ଦ୍ୱାରା ଏହି ତାଲିମ ପ୍ରଦାନ କରାଯାଉଛି । ଏହି କେନ୍ଦ୍ରର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅଧିକ ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ। ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ମାଆ  ନିଜ ପିଲାମାନଙ୍କ ପାଇଁ ସୁଖ ଓ ସଫଳତା କାମନା କରିଥାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିବ । ଲକ୍ଷ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ଏହି ବିରାଟ ପଦକ୍ଷେପ ଆଜିର ଦିନକୁ ସ୍ମରଣୀୟ କରିଛି । ବିଶ୍ୱସ୍ତରରେ ଦକ୍ଷ ଭାରତୀୟ ଯୁବକ ମାନଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । “ଭାରତ କେବଳ ନିଜ ପାଇଁ ନୁହେଁ , ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି” , ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button