ରାଜ୍ୟ

ଆଜିର ଅନୁଚିନ୍ତll _ – Ibnodisha

[ad_1]

ଦିନେ ଆଖି ପଚାରିଲା ଲୁହକୁ – ଆରେ କଷ୍ଟ ତ ମୋତେ ଲାଗୁଛି ତୁ କାହିଁକି ବାରମ୍ବାର ଚାଲି ଆସୁଛୁ ,ଉତ୍ତରରେ ଲୁହ କହିଲା ତୁ ସିନା କଷ୍ଟ ସହିଯାଉ ହେଲେ ମୁଁ କେମିତି ସହିବି ,କାହିଁକି କି ନା ତୁ ଅଛୁ ବୋଲି ମୁଁ ଅଛି ,ତୁ ନାହିଁ ତ ମୁଁ ବି ନାହିଁ ।ତେଣୁ ବନ୍ଧୁ ହବତ ଆଖି ଆଉ ଲୁହ ପରି –।
ନିଜ ଖୁସି ପାଇଁ କାହା ହୃଦୟକୁ କଷ୍ଟ ଦିଅନ୍ତୁ ନାହିଁ — ଥରୁଟିଏ ଭାବି ନେବ ତୁମର ବି ତ ଗୋଟେ ହୃଦୟ ଅଛି — ।

ବିଷଠାରୁ ବି ବେଶି ବିଷାକ୍ତ ହୋଇଥାଏ — ଗୋଟିଏ ମଣିଷର ମିଛ “ଅଭିନୟ ” ।

କିଛି ସମ୍ପର୍କ ଭଡା ଘର ପରି ହୋଇଥାଏ,ତାକୁ ଯେତେ ଆଦର କରି ଗଢି ତୋଳିଲେ ବି ସେ କେବେ ବି ନିଜର ହୋଇନଥାଏ ।*

“କଥା” ମଣିଷର ଜ୍ଞାନର ପରିଚୟ ଦିଏ,”କାମ” ମଣିଷର ଯୋଗ୍ୟତାର ପରିଚୟ ଦିଏ ଓ “ବ୍ୟବହାର” ମଣିଷର ବଂଶର ପରିଚୟ ଦିଏ ।

ରାଗ ଆସୁଥିବା ସମୟରେ କାହାକୁ ଖରାପ ଭାଷାରେ ଗାଳି କରନ୍ତୁ ନାହିଁ କାହିଁକି ନା ରାଗ ପରବର୍ତ୍ତୀ ସମୟରେ ଶାନ୍ତି ହୋଇଯିବ କିନ୍ତୁ ରାଗ ସମୟରେ କହିଥିବା ଖରାପ କଥାକୁ ଫେରେଇ ଆଣି ପାରିବେ ନାହିଁ ।

ଅଦ୍ୟ ଅକ୍ଟୋବର ମାସ ୧୬ ତାରିଖ ୨୦୨୩ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଆଶ୍ୱିନମାସ- ଶୁକ୍ଲପକ୍ଷ
ତିଥି- ଦ୍ଵିତୀୟା ରାତ୍ରି ଘ୦୧/୦୦ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ ୦୮/୦୬ ପର୍ଯ୍ୟନ୍ତ ତଦନ୍ତେ ବିଶାଖା
ଚନ୍ଦ୍ର-ତୁଳା
ଯୋଗ- ବିସ୍କୁମ୍ଭ
କରଣ – ବାଳବ
ସୌରମାସ- କନ୍ୟା ୩୦ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୨୯
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୦୧/୦୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶିର ଘାତବାର
ପୁଷ୍କର – ମୃତେ ଏକପାଦ ଦୋଷ ରାତ୍ରି ଘ୦୮/୦୭ ଗତେ ଦ୍ୱିପାଦ ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୩ ଗତେ ଘ ୦୮/୪୦ ମଧ୍ୟେ
ବାରବେଳା – ଦିବା ଘ୦୨/୨୩ ଗତେ ଘ ୦୩/୫୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୨ ମଧ୍ୟେ ଓ ଘ୦୮/୫୭ ଗତେ ଘ୧୧/୨୧ ମଧ୍ୟେ ରାତ୍ରି ଘ୦୭/୪୨ ଗତେ ଘ୧୦/୫୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
═✧══•❁❀❁•════*
* ଆଜିର ରାଶିଫଳ*
✧═════•❁❀❁•═════✧
*ମେଷ
:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════✧
ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
✧═════•❁❀❁•═════✧
ମିଥୁନ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
✧═════•❁❀❁•═════✧
କର୍କଟ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
ସି˚ହ: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
✧═════•❁❀❁•═════✧
କନ୍ୟା: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
✧═════•❁❀❁•═════✧
ତୁଳା: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
✧═════•❁❀❁•═════✧
ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════✧
ଧନୁ: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
✧═════•❁❀❁•═════✧
ମକର: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
✧═════•❁❀❁•═════✧
କୁମ୍ଭ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
✧═════•❁❀❁•═════✧
ମୀନ: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button