ଦେଶ

ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା – Ibnodisha

[ad_1]

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ଭୟାନକ ଏବଂ ହଣ୍ଟେଡ୍ ପ୍ଲେସ୍ ଅଛି ଯାହା ବିଷୟରେ ଲୋକମାନେ ଖୁବ୍‌ କମ୍ ଜାଣିଛନ୍ତି । ଆପଣ ଦେଶର ଅନେକ ଭଙ୍ଗା ଦୁର୍ଗ ଏବଂ ପଶ୍ଚିମବଙ୍ଗର ହଣ୍ଟେଡ ରେଳ ଷ୍ଟେସନ ବିଷୟରେ ତ ନିଶ୍ଚିତ ଶୁଣିଥିବେ । ଠିକ ସମାନ ଭାବେ ଏଭଳି ଏକ ହ୍ରଦ ମଧ୍ୟ ଅଛି ଯାହା ବହୁତ ସୁନ୍ଦର ଦେଖାଯାଏ କିନ୍ତୁ ଯେତେବେଳେ ଆପଣ ଏହି ହ୍ରଦ ବିଷୟରେ ଜାଣିବେ, ସେତେବେଳେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାରଣ ଏହି ହ୍ରଦ ଭିତରେ ରହିଛି ଏକ ରହସ୍ୟମୟୀ କାରଣ ରହିଛି । ଏହି ହ୍ରଦର ନାମ ରୂପକୁଣ୍ଡ ଏବଂ ଏହା ଉତ୍ତରାଖଣ୍ଡରେ ଅବସ୍ଥିତ ।
ହିମାଳୟର ସୌନ୍ଦର୍ୟ୍ୟ ସହ ସେଠାରେ ଉପସ୍ଥିତ ସମସ୍ତ ଜିନିଷ ସ୍ୱପ୍ନ ପରି ମନେହୁଏ । ପ୍ରତିବର୍ଷ ହଜାର ହଜାର ଲୋକ ହିମାଳୟର ସୌନ୍ଦର୍ୟ୍ୟ ଉପଭୋଗ କରିବା ପାଇଁ ଯାଇଥାନ୍ତି । ତେବେ ଏଠାରେ ଏକ ହ୍ରଦ ମଧ୍ୟ ଅଛି ଯେଉଁଠାରେ ଲୋକମାନେ ଯାଆନ୍ତି କିନ୍ତୁ ଏହା ନିକଟରେ ପହଞ୍ଚିବା ପରେ ସେମାନେ ଭୟଭୀତ ଅନୁଭବ କରନ୍ତି । ଏହି ହ୍ରଦକୁ ‘କଙ୍କାଳର ହ୍ରଦ’ ବୋଲି କୁହାଯାଏ । ରୁପକୁଣ୍ଡ ହ୍ରଦ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬.୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହା ତ୍ରିସୁଳ ପର୍ବତର ତଳ ଭାଗରେ ଉତ୍ତରାଖଣ୍ଡରେ ଅବସ୍ଥିତ । ହ୍ରଦଟି ଦୂରରୁ ଖୁବ ସୁନ୍ଦର ଦେଖାଯାଏ, କିନ୍ତୁ ଯେତେବେଳେ କେହି ଏହା ଭିତରକୁ ଚାହିଁ ଦେଖନ୍ତି ସେତେବେଳେ ସେମାନେ ଭୟରେ ଥରି ଯାଆନ୍ତି । କାରଣ ଏହି ହ୍ରଦ ଭିତରେ ଶହ ଶହ କଙ୍କାଳ ପଡ଼ି ଥିବାର ଦେଖାଯାଏ ।
ଏହି ହ୍ରଦ ବର୍ଷସାରା ଜମା ହୋଇ ରହିଥାଏ, କିନ୍ତୁ ଋତୁ ଉପରେ ନିର୍ଭର କରି ଏହା ତରଳିବାକୁ ଲାଗେ ଏବଂ ବଡ ହୋଇଯାଏ । ଯେତେବେଳେ ଗ୍ରୀଷ୍ମ ଋତୁରେ ବରଫ ତରଳିଯାଏ, ସେତେବେଳେ ହ୍ରଦ ଭିତରେ ଥିବା କଙ୍କାଳଗୁଡିକ ଦେଖାଯାଏ କିନ୍ତୁ ଶୀତଦିନେ ସେଗୁଡ଼ିକ ଦେଖାଯାଏ ନାହିଁ । ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ ଏପର୍ୟ୍ୟନ୍ତ ୬୦୦-୮୦୦ ଲୋକଙ୍କ କଙ୍କାଳ ମିଳିଛି । ବରଫରେ ପୋତି ହୋଇଯିବା କାରଣରୁ ସେହି କଙ୍କାଳଗୁଡ଼ିକ ଉପରେ ଏବ ବି ମାଂସ ରହିଥିବା ଦେଖାଯାଏ । ସରକାର ଏହି ହ୍ରଦକୁ ରହସ୍ୟମୟୀ ବୋଲି କହିଛନ୍ତି କାରଣ ଲୋକମାନେ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଏ ବିଷୟରେ ଜାଣି ନାହାନ୍ତି । ରିପୋର୍ଟ ଅନୁସାରେ ବ୍ରିଟିଶ ରେଞ୍ଜର୍ସ ପ୍ରଥମେ ୧୯୪୨ ମସିହାରେ ଏଠାରେ କଙ୍କାଳ ଦେଖିଥିଲେ ।
ବୈଜ୍ଞାନିକମାନଙ୍କ ମତ କଣ ?
ଏହି ହାଡ ଏବଂ କଙ୍କାଳକୁ ନେଇ ଅନେକ ପ୍ରକାରର କାହାଣୀ ରହିଛି । ଏହି କାହାଣୀ ଗୁଡ଼ିକ ମଧ୍ୟରେ କେତେ ସତ ଏବଂ କେତେ ଗୁଜବ ରହିଛି ତାହା ମଧ୍ୟ କାହାକୁ ଜଣା ନାହିଁ । ଲୋକମାନେ କୁହନ୍ତି ଯେ ୨୦୦୪ରେ ବୈଜ୍ଞାନିକମାନେ ଅଙ୍ଗାରକାମ୍ଳ ଡେଟିଂ ଦ୍ୱାରା ଜାଣିବାକୁ ପାଇଥିଲେ ଯେ ଏହି ହାଡଗୁଡିକ ୧୦୦୦ ବର୍ଷରୁ ବି ଅଧିକ ପୁରୁଣା ଲୋକଙ୍କର, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । କିଛି ହାଡ ପାଖାପାଖି ୧୦୦ ବର୍ଷ ପୁରୁଣା । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେଉଁମାନଙ୍କର ଏହି ସମସ୍ତ ହାଡ ଓ କଙ୍କାଳ ସେମାନେ ଏକା ସମୟରେ ମରି ନାହାଁନ୍ତି, ଭିନ୍ନ ଭିନ୍ନ ସମୟରେ ସେମାନଙ୍କର ମୃତ୍ୟୁ ହୋଇଛି । ଇଡାଓଏନ୍ ହାର୍ନି ନାମକ ଜଣେ ବୈଜ୍ଞାନିକ ଏହି ହ୍ରଦ ସହ ଜଡିତ ଏକ ବଡ଼ କଥା କହିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ହୁଏତ ଗୋଟିଏ ଦୁର୍ଘଟଣାରେ ଏହି କଙ୍କାଳ ଗୁଡ଼ିକ ଏଠାରେ ପଡ଼ିନାହିଁ । ବରଂ ବିଭିନ୍ନ ଦୁର୍ଘଟଣା ଯୋଗୁଁ ଏହି କଙ୍କାଳ ଏଠାରେ ପଡ଼ିଛି । ଅନେକ ଲୋକ ଏହା ମଧ୍ୟ ଦାବି କରନ୍ତି ଯେ ଭାରତ-ଚୀନ୍ ଯୁଦ୍ଧରେ ନିହତ ହୋଇଥିବା ଚୀନ୍ ସୈନିକମାନଙ୍କର ଏହି କଙ୍କାଳ ହୋଇଥାଇପାରେ କିନ୍ତୁ ଏଭଳି ଘଟଣା ପଛରେ କଣ କାରଣ ରହିଛି ତାହା କେହି ଜାଣନ୍ତି ନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button