ଦେଶ

ଭାରୀ ପଡ଼ିଲା ‘ପାର୍ଟ ଟାଇମ୍‌ ଜବ୍‌’ ନିଶା: ଆକାଉଣ୍ଟ୍‌ରୁ କଟିଗଲା ୬ ଲକ୍ଷ – Ibnodisha

[ad_1]

ନୂଆଦିଲ୍ଳୀ: ସାଇବର ଠକାମୀ ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ପ୍ରତିଦିନ କେଉଁଠି ନା କେଉଁଠି ଅନ୍‌ଲାଇନ୍‌ ଜରିଆରେ ଠକାମୀର ଶିକାର ହେଉଛନ୍ତି ଲୋକେ। ଏବେ ଏକ ନୂଆ ମାମଲା ଗୁଜୁରାଟରୁ ଆସିଛି। ଯେଉଁଠାରେ ଜଣେ ସାଇବର୍‌ ଠକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଜଣେ ବ୍ୟକ୍ତିଙ୍କୁ ୬ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଙ୍କୁ ସେ ପାର୍ଟ ଟାଇମ୍‌ ଚାକିରିର ଲୋଭ ଦେଖାଇ ଠକିଥିବା ସୂଚନା ରହିଛି।
ଏହି ସାଇବର୍‌ ଠକେଇର ଶିକାର ହୋଇଛନ୍ତି ଗୁଜୁରାଟର ବାସିନ୍ଦା ୩୬ ବର୍ଷୀୟ ଦୀପକ। ଏହି ସାଇବର୍‌ ଠକେଇରେ ତାଙ୍କ ଝାଳ ବୁହା ଧନ ପ୍ରାୟ ୬.୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଯାଇଛି। ଠକାମୀର ଶିକାର ‌ହେବା ପରେ ପୀଡ଼ିତ ଜଣକ ସାଇବର ଥାନାରେ ଏକ ମାମଲା ରୁଜୁ କରିବା ପରେ ମାମଲା ସାମ୍ନାକୁ ଆସିଛି। ପୀଡ଼ିତ ମାମଲା ରୁଜୁ କରି କହିଛନ୍ତି ଯେ ତାଙ୍କ ନିକଟରୁ ଏକ ଅଜଣ‌ା ନମ୍ବରରୁ ହ୍ବ‌ାଟ୍‌ସଆପ୍‌ରୁ ମେସେଜ୍‌ ଆସିଲା। ସେ ଜାଣିନପାରି ସେହି ଜାଲରେ ଫସିଗଲେ।
ହ୍ବ‌ାଟ୍‌ସଆପ୍‌ରୁ ମେସେଜ୍‌ ଜରିଆରେ ପୀଡ଼ିତଙ୍କୁ ଏକ ପାର୍ଟ ଟାଇମ୍‌ ଜବ୍‌ ଅଫର୍‌ ମିଳିଥିଲା। ଏଥିରେ ବଡ଼ ସହଜ ତରିଆରେ ଆୟ କରିବାର ଅଫର୍‌ ବି ଦିଆଯାଇଥିଲା। ଫଳରେ କିଛି ଚିନ୍ତା ନକରି ପ୍ରସ୍ତାବକୁ ଗ୍ରହଣ କରି ଦେଇଥିଲେ ବ୍ୟକ୍ତି ଜଣକ। ମେସେଜ୍‌ରେ କୁହାଯାଇଥିଲା କି କେବଳ ୟୁଟ୍ୟୁବ୍‌ ଭିଡିଓକୁ ଲାଇକ୍‌ କରି ଏକ ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ସହଜରେ ଟଙ୍କା ମଳିଯିବ। ହେଲେ ଏପରି କରି ଓଲଟା ତାଙ୍କ ଆକାଉଣ୍ଟ୍‌ରୁ ଲକ୍ଷ ଲକ୍ଷ ଟଙ୍କା କଟି ଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button