ପୁଅ ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ବାପା-ମାଆ – Ibnodisha
[ad_1]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। କିଛି ସମୟ ମଧ୍ୟରେ ଛାରଖାର ହୋଇଗଲା ଗୋଟେ ପରିବାର । ପୁଅର ମୃତ୍ୟୁ ପରେ ଜୀବନ ହାରିଲେ ବାପା-ମାଆ । ସୂଚନା ଅନୁସାରେ, ମଧ୍ୟପ୍ରଦେଶରେ ଗ୍ବାଲିଅରର ଗୋଟେ ପରିବାରର ବାପା, ମାଆ ଓ ପୁଅ ଜୀବନ ହାରିଛନ୍ତି । ପୋଲିସର ସୂଚନା ଅନୁସାରେ, ପ୍ରଥମେ ପୁଅ ନିଜ ଜୀବନ ହାରିବା ଖବର ଶୁଣି ବାପା-ମାଆ ନିଜ ହାରିଦେଇଛନ୍ତି । ଗତ ୩ ଦିନ ହେବ ସେମାନେ ଘରର କବାଟ ବନ୍ଦ କରି ନିଜ ଜୀବନ ହାରିଛନ୍ତି । ଏ ଖବର ପଡିଶା ଘର ଲୋକଙ୍କୁ ମଧ୍ୟ ଜଣାନଥିଲା । ସେମାନେ ଗତ ୩ ଦିନ ହେବ ସେମାନଙ୍କ ଘର କବାଟ ବନ୍ଦ ରହିଥିବାର ଦେଖୁଥିଲେ । ପୁଣି ବାରମ୍ବାର ଫୋନ କରିବା ପରେ ମଧ୍ୟ ସେମାନେ କଲ ମଧ୍ୟ ଉଠାଉନଥିଲେ । ପରେ ସନ୍ଦେହ ସୃଷ୍ଟି ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗିବା ପରେ ଘଟଣାର ସମସ୍ତ ସତ୍ୟତା ସାମ୍ନାକୁ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରୁ ମଧ୍ୟ ସୁଇସାଇଡ ନୋଟ୍ ଜବତ କରିଛି ।
[ad_2]