ବସ- ଅଟୋ ମୁହାଁମୁହିଁ ଧକ୍କା: ୫ ମୃତ, ୨ ଗୁରୁତର – Ibnodisha
[ad_1]
ପାଟନା: ବିହାରର ମୁଜଫରପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଅଟୋକୁ ପିଟିଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ତାତିଲେ ସ୍ଥାନୀୟଲୋକେ । ଘଣ୍ଟାଘଣ୍ଟା ଧରି ରାସ୍ତା ଅବରୋଧ କରିବା ଦ୍ୱାରା ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିରହିଲା ଶହଶହ ଗାଡ଼ି । ଗତ ରବିବାର ଦିନ ବିହାରର ମୁଜାଫାରପୁର ଜିଲ୍ଲା ସିକରା ଥାନା ଅନ୍ତର୍ଗତ ସୁଜାବଲପୁର ଛକ ନିକଟ ଜାତୀୟ ରାଜପଥ ନମ୍ୱର ୨୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଅଟୋ ପିଟିଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ଯାତ୍ରାବାହୀ ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ ଏକ ବାଇକ ବସ ଆଗକୁ ଆସିଯାଇଥିଲା । ଚାଳକଙ୍କୁ ବଞ୍ଚାଇବାକୁ ବସଟି ଆଉ ଏକ ଦିଗକୁ ଯିବାକୁ ଚେଷ୍ଟା କରିଥିଲା । ହେଲେ ନିୟନ୍ତ୍ରଣ ହରାଇ ସାମ୍ନାରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଅଟୋରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।
[ad_2]