ରାଜ୍ୟ

ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ – Ibnodisha

[ad_1]

ପୁରୀ: ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ହୋଇଥିବା ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ ହୋଇଯାଇଛି । ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ଶୃଙ୍ଖଳିତ ନୀତି, ବାଳଭୋଗ ଓ କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ, କାର୍ତ୍ତିକ ମାସର ଶେଷ ୫ ଦିନରେ ପ୍ରଭୁଙ୍କ ୫ ଟି ବେଶ ଉପରେ ଭିଡ ନିୟନ୍ତ୍ରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୌଣସି ସ୍ଥାନରେ ଶ୍ରଦ୍ଧାଳୁ ଠିଆ ହୋଇ ରହିବେ ନାହିଁ । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଯାଇଛି । ତେବେ ୨୮ ତାରିଖ ଦିନ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳ ଭୋଗ ଓ ଅପରାହ୍ନ ୨ ଟା ରେ ଗ୍ରହଣ ମହାସ୍ନାନ ଶେଷ ହେବ ।

ତଥା ସେହିଦିନ ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ । ଆସନ୍ତା ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୪ ଟାରେ ଦ୍ୱାର ଫିଟା, ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୧୦.୦୦ ରୁ ୧୦.୩୦ ମଧ୍ୟରେ ବାଳ ଧୂପ ଶେଷ ହେବ । ତେବେ ଏହି ମାସରେ କେବଳ ହବିଷ୍ୟାଳୀ ନୁହେଁ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ରୋଷ ଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ । ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ ।ହବିଷ୍ୟାଳୀଙ୍କ ସହ ବୃଦ୍ଧ, ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଯୋଜନା କରାଯାଉଛି । ବୈଠକରେ ଶାଳିନତା ପୂର୍ବକ ପୋଷାକ ପରିଧାନ ଉପରେ ସମସ୍ତ ନିଯୋଗ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ଛତିଶା ନିଯୋଗର ସଦସ୍ୟ ଉପସ୍ଥିତ ଥିଲେ । ଏଥି ସହ ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button