ୟୁଏଇରୁ ଭାରତ ଫେରୁଥିବା ବେଳେ ଓଡିଆ ଯୁବକ ନିଖୋଜ – Ibnodisha
[ad_1]
ନୂଆଦିଲ୍ଲୀ: ୟୁଏଇରୁ ଦିଲ୍ଲୀ ଆସୁଥିବା ବିମାନରୁ ନିଖୋଜ ହୋଇଗଲେ ଓଡ଼ିଆ ଯୁବକ । ଗତ ଦୁଇ ମାସ ହେଲା ସେ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ରଞ୍ଜନ ସ୍ୱାଇଁ । ସେ ଓଡ଼ିଶାରେ ନିଜ ପରିବାର ଛାଡ଼ି ୟୁଏଇରେ ଚାକିରି କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ, ରଞ୍ଜନ ଗତ ତିନି ବର୍ଷ ହେବ ଏମିରେଟ୍ସ ଇଣ୍ଟରନ୍ୟାସନାଲ ଫେସିଲିଟିଜ୍ ମ୍ୟାନେଜମେଣ୍ଟରେ ଚାକିରି କରିଆସୁଥିଲେ । ଅଗଷ୍ଟ ୧୮ ତାରିଖରେ ସେ ଭାରତ ଫେରିବାର ଥିଲା । ଏଥିପାଇଁ ସେ ବିମାନ ଟିକେଟ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଇଥିଲେ । ଶେଷଥର ପାଇଁ ସେ ତାଙ୍କ ଉଉଣୀଙ୍କ ସହ କଥା ହୋଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ପୁଅ ନିଖୋଜ ହେବାରୁ ୩ରୁ ୪ ଦିନ ପରେ ରଞ୍ଜନଙ୍କ ପରିବାର ଲୋକେ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିଥିଲେ । ବନ୍ଧୁ ଫହିମ ଅହମ୍ମଦଙ୍କ ସହିତ ଭିସ୍ତାରା ବିମାନରେ ରଞ୍ଜନ ଭାରତ ଫେରିବା ପାଇଁ ସ୍ଥିର କରିଥିବା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ ।
ସେ ଅଗଷ୍ଟ ୧୮ତାରିଖରେ ୟୁଏଇ ଛାଡ଼ି ଭାରତ ଯାତ୍ରା କରିଥିବା ଏନ୍ଜିଓ ସଂସ୍ଥା ଗ୍ଲୋବାଲ ଓଡ଼ିଆ ସ୍ୱେଚ୍ଛାସେବୀଙ୍କ ସହାୟତାରେ ୟୁଏଇ ସରକାର ନିଶ୍ଚିତ କରିଛନ୍ତି । ରଞ୍ଜନ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ସେ ନିଖୋଜ ହେବା ପରେ ପରିବାରରେ ଆର୍ôଥକ ସମସ୍ୟା ଉପୁଜିଛି । ଗତ ୨ ମାସ ହେଲା ନିଖୋଜ ଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ । ନିଖୋଜ ହେବାର କିଛି ଦିନ ପର୍ଯ୍ୟନ୍ତ ରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । କିନ୍ତୁ କୌଣସି ପତ୍ତା ନମିଳିବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ମାମଲାର ଯାଞ୍ଚ ପାଇଁ ଓଡିଶା ପୋଲିସକୁ ଦିଲ୍ଲୀ ଯିବାକୁ କହିଥିଲେ । ଓଡ଼ିଶା ପୋଲିସ ଦିଲ୍ଲୀ ଯାଇ ଆଇଜିଆଇ ଏୟାରପୋର୍ଟ ପୋଲିସ ସହାୟତାରେ କିଛି ତଥ୍ୟ ସଂଗ୍ରହ କରିଥିଲା । ଏହାପରେ ସେଠାରେ ଅକ୍ଟୋବର ୧୫ରେ ଏକ ମାମଲା ରୁଜୁ କରାଯାଇଥିଲା ।
[ad_2]