ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲା ସ୍ୱାମୀ – Ibnodisha
[ad_1]
ବେଙ୍ଗାଲୁରୁ: ସାରା ଜୀବନ ସୁଖରେ ଦୁଃଖରେ ସାଥି ହେବାକୁ ଅଗ୍ନିକୁ ସାକ୍ଷୀ ରଖି ବଚନ ଦେଇଥିଲା ମନର ମଣିଷ । ସୁଖରେ ସୁଖି ଦୁଃଖରେ ଦୁଃଖି ହେବାକୁ ଦେଇଥିଲା ପ୍ରତିଶୃତି । ହେଲେ ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲଗାଇବାକୁ ପଛାଇଲାନି ସୈତାନ ସ୍ୱାମୀ । ନିଜ ସ୍ତ୍ରୀର ମାନ ରଖିବା ବଦଳରେ ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ । କର୍ଣ୍ଣାଟକ ଅମରିଥାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହାସହିତ ଅଭିଯୁକ୍ତ ସ୍ୱାମୀ ଜଣକ ନିଜ ଦାମ୍ପତ୍ୟ ଜୀବନର ଅନେକ କଥାକୁ ବନ୍ଧୁଙ୍କ ସହିତ ଆଲୋଚନା କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅମିରଥାଲି ପୋଲିସ ଷ୍ଟେସନରେ ମହିଳା ଜଣକ ନିଜ ସ୍ୱାମୀ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୪୨ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁସାରେ ସୋମବାର ଅମିରଥାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ପୋଲିସର ସୂଚନା ଅନୁସାରେ ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ।
ଉଭୟଙ୍କ ୧୧ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ମଧ୍ୟ ରହିଛି । ବେଙ୍ଗାଲୁରୁ ବଲାରି ରୋଡ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଉଭୟ ବାସ କରିଆସୁଛନ୍ତି । ତେବେ ଦିନେ ମହିଳା ଜଣକ ଅଭିଯୁକ୍ତ ସ୍ୱାମୀର ଫୋନରେ ଚାଟ୍ ଚେକ୍ କରିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ବନ୍ଧୁମାନଙ୍କ ସହିତ ଉଭୟଙ୍କ ଶାରୀରିକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ମହିଳା ଜଣକ ଏନେଇ ସ୍ୱାମୀଙ୍କୁ ପ୍ରଶ୍ନ କରିବା ପରେ ସେ ଧମକ ଚମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ମହିଳା ଓ ପିଲାମାନଙ୍କ ଖର୍ଚ୍ଚ ବାବଦକୁ କୌଣସି ଅର୍ଥ ନ ଦେବା ସହ ତାଙ୍କୁ ଜୀବନରୁ ମାରି ଦେବା ଲାଗି ଧମକ ମଧ୍ୟ ଦେଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଗତ କିଛି ମାସ ତଳେ କିଛି ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲାଗି ସେ ମହିଳାଙ୍କୁ ବାଧ୍ୟ କରୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
[ad_2]