ଖେଳ

ବିଶ୍ୱକପ : ଦକ୍ଷିଣ ଆଫ୍ରିକାକୁ ୩୮ ରନ୍‌ରେ ହରାଇଲା ନେଦରଲାଣ୍ଡସ୍‌ – Ibnodisha

[ad_1]

ଧର୍ମଶାଳା : ଚଳିତ ଆଇସିସି ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଦେଇଛି ନେଦରଲାଣ୍ଡସ । ଧର୍ମଶାଳା ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୬ ରନର ଲକ୍ଷ୍ୟ ରଖିଥିଲା ନେଦରଲାଣ୍ଡସ । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିପାରିଛି । ଫଳରେ ଏହି ମ୍ୟାଚ୍ ୩୮ ରନ୍‌ରେ ହାରିଛି । ବର୍ଷାବାଧିତ ମ୍ୟାଚ୍‌ରେ ଦଳ ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୪୩ରନ କରିଥିବାବେଳେ ଗେରାଲ୍ଡ କୋଜି ୨୨ରନ କରିଥିଲେ ।

କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମ୍ୟାଚର ଓଭର ସଂଖ୍ୟାକୁ ୪୩କୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ । ଏପରିକି ଦଳ ୮୨ ରନରେ ୪ଟି ୱିକେଟ ଓ ୧୪୦ ରନରେ ୭ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ସ୍କଟ୍ ଏଡୱାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୬୯ଟି ବଲ ଖେଳି ଅପରାଜିତ ୭୮ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button