ଦେଶ

ଭାରତକୁ ପରାସ୍ତ କରିବା କଷ୍ଟକର : ସାଣ୍ଟ୍‌ନର – Ibnodisha

[ad_1]

ନୂଆଦିଲ୍ଲୀ : କ୍ରିକେଟ୍‌ ବିଶ୍ବକପ୍‌ରେ ଆସନ୍ତା ରବିବାର ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ଧର୍ମଶାଳାରେ ହେବ। ଏହି ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିବା କଷ୍ଟକର ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍‌ ସାଣ୍ଟ୍‌ନର। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଣ୍ଟ୍‌ନର କହିଥିଲେ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରି ଆସିଛି। ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ନିଜକୁ ଭାରତୀୟ ପରିବେଶ ସହ ଖାପ ଖୁଆଇବାକୁ ସକ୍ଷମ ହୋଇଛନ୍ତି। ତେବେ ଭାରତୀୟ ଦଳ ଘରୋଇ ପରିବେଶରେ ବିଶ୍ବକପ୍‌ ଖେଳୁଛି। ଏଥିସହ ଏହି ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି।

ସେମାନେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତକୁ ପରାସ୍ତ କରିବା ନ୍ୟୁଜିଲାଣ୍ଡ ସହ ଅନ୍ୟ ଦଳମାନଙ୍କ ପାଇଁ କଷ୍ଟକର। ଧର୍ମଶାଳାର ପିଚ୍‌ କିପରି ରହିବ ସେ ସମ୍ପର୍କରେ ନ୍ୟୁଜିଲାଣ୍ଡ ତରଫରୁ ତର୍ଜମା କରାଯିବ। ସେହି ଅନୁଯାୟୀ ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସାଣ୍ଟ୍‌ନର ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିବାରୁ ତାଙ୍କୁ ସହଳ ଆଉଟ୍‌ କରିବା ଉପରେ ନ୍ୟୁଜିଲାଣ୍ଡ ଦଳ ଗୁରୁତ୍ବ ଦେବ ବୋଲି ସାଣ୍ଟ୍‌ନର ସ୍ପଷ୍ଟ କରି ଦେଇଛନ୍ତି।

ରୋହିତଙ୍କ ବ୍ୟତୀତ ଭାରତୀୟ ଦଳରେ ବିରାଟ କୋହଲି, କେଏଲ୍‌ ରାହୁଲ ଓ ଶୁବମାନ ଗିଲ୍‌ଙ୍କ ପରି ଦକ୍ଷ ବ୍ୟାଟସମ୍ୟାନ୍‌ ରହିଛନ୍ତି। ତେଣୁ ଭାରତକୁ ପରାସ୍ତ କରିବାକୁ ହେଲେ ନ୍ୟୁଜିଲାଣ୍ଡ ଦଳର ବୋଲରଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ନ୍ୟୁଜିଲାଣ୍ଡ ଦଳ ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ, ନେଦରଲ୍ୟାଣ୍ଡ୍‌ସ, ବାଂଲାଦେଶ ଓ ଆଫଗାନିସ୍ତାନକୁ ପରାସ୍ତ କରିଥିବା ବେଳେ ଆଗାମୀ ମ୍ୟାଚ୍‌ରେ ବିଜୟୀ ହେବା ନିମନ୍ତେ ଦଳକୁ ସମାନ ପ୍ରକାର ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ ବୋଲି ସାଣ୍ଟ୍‌ନର ସ୍ପଷ୍ଟ କରି ଦେଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button