ଦେଶ

ଲେବାନନ୍ ସୀମାରୁ ୨୦ ହଜାର ଲୋକଙ୍କୁ ହଟାଇବ ଇସ୍ରାଏଲ୍‌ – Ibnodisha

[ad_1]

ଜେରୁଜେଲମ୍‌: ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଜାରୀ ଯୁଦ୍ଧ ମଧ୍ୟରେ ଲେବାନନ୍‌ର ଉତ୍ତର ସୀମାନ୍ତ ସହର କିର‌୍ୟତ ଶମୋନାରୁ ନିଜର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହଟାଇ ଆଣିବ ଇସ୍ରାଏଲ୍ । ଶୁକ୍ରବାର ଇସ୍ରାଏଲ୍ ଏହି ସୂଚନା ଦେଇଛି । ଦୁଇ ସପ୍ତାହ ତଳେ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇସ୍ରାଏଲ୍‌-ଲେବାନନ୍ ସୀମାରେ ଲଗାତାର ସଂଘର୍ଷ ହେଉଛି । କିର‌୍ୟତ ଶମୋନା ଏବଂ ଆଖପାଖ ସୀମାନ୍ତ ଅଞ୍ଚଳରେ ଦିନକ ପୂର୍ବରୁ ଭୀଷଣ ଗୁଳିଗୋଳା ବର୍ଷଣ ହୋଇଥିଲା ।

ଇସ୍ରାଏଲ୍ ପ୍ରଥମରୁ ସୀମାକୁ ଲାଗି ରହିଥିବା କେତେକ ଅଞ୍ଚଳକୁ କ୍ଲୋଜ୍‌ଡ ମିଲିଟାରୀ ଜୋନ୍ ଘୋଷିତ କରିଥିଲା । ଫଳରେ ସେଠାକାର ନିବାସୀମାନେ ସୀମାରୁ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଏବେ ପୂର୍ବ ଗାଲିଲ ଅଞ୍ଚଳର ପାହାଡ଼ିଆ ଅଞ୍ଚଳରୁ ସବୁଠୁ ବଡ଼ ଅପରେସନ୍‌ରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଲେବାନନ୍ ସେନା ଅନୁସାରେ ଗୁରୁବାର କିର‌୍ୟତ ଶମୋନା ସୀମାପାର ଏକ ଅଞ୍ଚଳରେ ଇସ୍ରାଏଲ୍ ଗୁଳିଗୋଳା ବର୍ଷଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଇସ୍ରାଏଲ୍ ସେନା ଏବଂ ଇରାନ୍ ସମର୍ଥିତ ଲେବାନନ୍‌ର ଆତଙ୍କୀ ଗ୍ରୁପ୍ ହିଜବୁଲ୍ଲାହ ପରସ୍ପର ଉପରେ ଭୀଷଣ ଗୁଳିଗୋଳା ବର୍ଷ କରୁଛନ୍ତି ।

ଇସ୍ରାଏଲ୍ ସୁରକ୍ଷା ବଳ (ଆଇଡିଏଫ୍‌) ମୁଖପାତ୍ର ଡାନିଏଲ୍ ହଗାରୀ କହିଛନ୍ତି ।, ଏପରି ସ୍ଥାନାନ୍ତରଣ ହିଜ୍‌ବୁଲ୍ଲାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ୍ ଫ୍ରିଡମ୍‌କୁ ସମ୍ପ୍ରସାରଣ କରିବାରେ ସହାୟକ ହେବ । ଇସ୍ରାଏଲ୍‌-ଲେବାନନ୍ ସୀମାରେ ଲଗାତାର ହଂସା ଫଳରେ ଗାଜାରେ ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଜାରୀ ଯୁଦ୍ଧ ଏକ ବ୍ୟାପକ ଆଞ୍ଚଳିକ ସଂଘର୍ଷରେ ପରିଣତ ହେବା ଆଶଙ୍କା ସୃଷ୍ଟି କରିଛି । ଅନ୍ୟପକ୍ଷରେ ଗୁରୁବାର ରାତିରେ ଏକ ଡ୍ରୋନ୍ ଆକ୍ରମଣରେ ଲେବାନନ୍ ଅଞ୍ଚଳରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ଇସ୍ରାଏଲ୍ ସେନା ଦାବି କରିଛି ।

ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଲେବାନନ୍‌ରୁ କରାଯାଇଥିବା ରକେଟ୍ ଆକ୍ରମଣର ଜବାବରେ ହିଜବୁଲ୍ଲାହର ସମ୍ପତ୍ତିକୁ ଟାର୍ଗେଟ୍ କରାଯାଉଛି । ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କିର‌୍ୟତ ଶମୋନାରୁ ସ୍ଥାନାନ୍ତର ଲୋକଙ୍କୁ ସରକାରଙ୍କ ଠାରୁ ସବ୍‌ସିଡି ହାସଲ କରୁଥିବା ଗେଷ୍ଟ୍ ହାଉସ୍‌ରେ ରଖାଯିବ । ମନ୍ତ୍ରଣାଳୟ ଅନୁସାରେ ଏହି ଲୋକମାନଙ୍କ ମଧ୍ୟରେ ଦକ୍ଷିଣ ଗାଜା ସୀମା ନିକଟରେ ଥିବା ନିଜ ଘରଦ୍ୱାର ଛାଡ଼ିଥିବା ହଜାର ହଜାର ଇସ୍ରାଏଲ୍ ନାଗରିକ ସାମିଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button