ରାଜ୍ୟ

ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି , ନବମୀରୁ ବର୍ଷିବ – Ibnodisha

[ad_1]

ଭୁବନେଶ୍ୱର: ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଦକ୍ଷିଣ ପୂର୍ବ ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରହିଛି । ଏହା ୨୨ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ହେବା ସମ୍ଭାବନା । ପରବର୍ତ୍ତୀ ୩ ଦିନ ଯାଏ ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ।

ଏହା ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ପ୍ରଭାବରେ ୨୩ରୁ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୪-୨୫ ତାରିଖରେ ବାତ୍ୟା ରୂପ ନେଇ ଆକଳନ କରିଛି ସ୍କାଏମେଟ୍। ହେଲେ ବାତ୍ୟା ନେଇ IMD କୌଣସି ଆକଳନ କରିନାହିଁ । ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ହମୁନ୍ ‘ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button