ରାଜ୍ୟ

ବାଇକ୍‌କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ – Ibnodisha

[ad_1]

ଭୁୁବନେଶ୍ୱର: ବାଇକ୍‌ ଚାଳକକୁ ବଞ୍ଚାଇବାକୁ ଯାଇ ସଡନ୍‌ ବ୍ରେକ୍‌ ମାରିଲେ ବସ୍‌ ଡ୍ରାଇଭର। ଯାହାଫଳରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା ବସ୍‌। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି
ଭବାନୀପାଟଣାରୁ ମଦନପୁର-ରାମପୁର ଦେଇ ବାରବନ୍ଧା ଯାଉଥିଲା ଘରୋଇ ବସ୍‌। ନିର୍ଦ୍ଧାରିତ ସମୟରେ ଛାଡ଼ିଲା। ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ। କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ବୁଲାଣି ରାସ୍ତା ନିକଟରେ ବସ୍‌ ସମ୍ମୁଖକୁ ଜଣକ ବାଇକ୍‌ ଆରୋହୀ ପଳାଇ ଆସିଥିଲେ। କିଛି ଉପାୟ ନପାଇ ବସ୍‌ ଚାଳକ ସଡନ୍‌ ବ୍ରେକ୍‌ ମାରିଥିଲେ। ଯେଉଁଥିପାଇଁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇଥିଲେ।
ସ୍ଥାନୀୟ ଲୋକ ବସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବସ୍‌ ଭିତରେ ଫସିଥିବା ଯାତ୍ରୀଙ୍କୁ ବାହାର କରିଥିଲେ। ବାଇକ୍‌ ଓ ଆହତ ହୋଇଥିବା ୧୦ ବସ୍‌ ଯାତ୍ରୀଙ୍କୁ କେସିଙ୍ଗା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭବନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button