ଖେଳ

ଦିନକୁ ୮ କେଜି ମଟନ ଖାଉଛ, ଫିଟସେନ କାହିଁ ? ପାକିସ୍ତାନୀ ଟିମକୁ ପ୍ରଶ୍ନ କଲେ ୱାସିମ ଆକ୍ରାମ – Ibnodisha

[ad_1]

ନୂଆଦିଲ୍ଲୀ : ବିଶ୍ୱକପର ୨୨ତମ ମ୍ୟାଚରେ  ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଛି ଆଫଗାନିସ୍ତାନ। ଏହି ମ୍ୟାଚକୁ ଆଫଗାନିସ୍ତାନ ଦଳ ୮ ୱିକେଟରେ ଜିତି ନେଇଥିଲା । ବିଶ୍ୱକପରେ ପାକିସ୍ତାନକୁ କ୍ରମାଗତ ତୃତୀୟ ଝଟକା ଲାଗିଛି। ଏହାକୁ ନେଇ ପାକିସ୍ତାନରେ କ୍ରିକେଟପ୍ରେମୀମାନେ ଭୀଷଣ ଅସନ୍ତୋଷ ପ୍ରକଟ କରିଛନ୍ତି । ଏପରିକି କେତେକ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ ଖେଳାଳୀ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିବା ସହ ପାକ୍ ଖେଳାଳିଙ୍କ ଦକ୍ଷତା ଓ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ପାକିସ୍ତାନୀ କ୍ରିକେଟରଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଫଗାନିସ୍ତାନ ଠାରୁ ପରାଜୟ ପରେ ଏକ ଟିଭି ଶୋ’ରେ ୱାସିମ ଆକ୍ରମ କହିଛନ୍ତି, “ଆଜି ର ଦିନ ବହୁତ ଖରାପ ଥିଲା। ୨୮୦ ରନ୍ ରେ ପହଞ୍ଚି  ମଧ୍ୟ ଆଫଗାନିସ୍ତାନ ମାତ୍ର ୨ ୱିକେଟ୍ ହରାଇଥିଲେ। ଏହା ଏକ ବଡ଼ କଥା। ପାକିସ୍ତାନ ଫିଲ୍ଡିଂ ଉପରେ ନଜର ପକାନ୍ତୁ। ଗତ ୩ ସପ୍ତାହ ହେଲା ଏପରି ଲାଗୁଛି ଯେ, ଏହି ଖେଳାଳିମାନେ ଗତ ୨ ବର୍ଷ ହେଲା ଫିଟନେସ୍ ପରୀକ୍ଷା ପାଇଁ ଯାଇନାହା୍ନ୍ତି । ଯଦି ମୁଁ ସେମାନଙ୍କ ନାମ ନେବା ଆରମ୍ଭ କରିବି, ସେମାନଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯିବ । ଏହି ଖେଳାଳିମାନେ ପ୍ରତିଦିନ ୮ କେଜି ମଟନ୍ ଖାଉଛନ୍ତି। ତଥାପି ଫିଟ୍ ନୁହଁନ୍ତି।ଏହା ପୂର୍ବରୁ ପାକିସ୍ତାନ ଅଷ୍ଟ୍ରେଲିଆ ଓ ଭାରତଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଫିଲ୍ଡିଂ ଏପର୍ଯ୍ୟନ୍ତ ବହୁତ ଖରାପ ରହିଛି। ୫ଟି ମ୍ୟାଚ୍ ରେ ପାକିସ୍ତାନ ଦଳ ଅନେକ କ୍ୟାଚ୍ ଛାଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button