ଦେଶ

ରେଳ ଧାରଣା ଅତିକ୍ରମ କରିବା ବେଳେ ଟ୍ରେନ୍‌ ଚଢ଼ିଯିବାରୁ ୩ ପିଲା ମୃତ – Ibnodisha

[ad_1]

ଚେଙ୍ଗାଲପଟ୍ଟୁ: ତାମିଲନାଡୁର ଚେଙ୍ଗାଲୁପଟ୍ଟୁ ଅନ୍ତର୍ଗତ ଉରାପାକ୍କାମ୍‌ ରେଳ ଷ୍ଟେସନ୍‌ରେ ଧାରଣା ଅତିକ୍ରମ କରୁଥିବା ବ‌େଳେ ଟ୍ରେନ୍‌ ଚଢ଼ିଯିବାରୁ ୩ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତ ୩ ପିଲାଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଉଛନ୍ତି, ୧୫ ବର୍ଷିୟ ସୁରେଶ, ୧୦ ବର୍ଷିୟ ରବି ଓ ୧୧ ବର୍ଷିୟ ମଞ୍ଜୁନାଥ। ସେମାନଙ୍କ ମଧ୍ୟରୁ ସୁରେଶ ମୂକ ଓ ରବି ବଧୀର। ଉଦରାପାକ୍କାମ୍‌ରେ ବାସ କରୁଥିବା ତାଙ୍କ ପରିବାରର କିଛି ସଦସ୍ୟଙ୍କ ଘରକୁ ସେମାନେ ସପ୍ତାହେ ପାଇଁ ବୁଲି ଆସିଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି, ରେଳଧାରଣା କଡ଼ରେ ଖେଳୁଥିବା ସେ ୩ଜଣ ବାଳକ ଧାରଣା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବ‌େଳେ ସେମାନଙ୍କୁ ରେଳଗାଡ଼ି ଧକ୍କା ‌ଦେଇ ଚଢ଼ିଯାଇଥିଲା। ବିଚ୍‌ ଷ୍ଟେସନ୍‌ ଓ ଚେଙ୍ଗାଲପାଟ୍ଟୁ ମଧ୍ୟରେ ଯାତାୟାତ କରୁଥିବା ଉକ୍ତ ସବ୍‌-ଅର୍ବାନ୍‌ ଟ୍ରେନ୍‌ ଧକ୍କା ଯୋଗୁଁ ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁଡୁବାଞ୍ଚେରି ଥାନା ଓ ରେଳବାଇ ଥାନା କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚି ଧାରଣା ଉପରୁ ପିଲାମାନଙ୍କ ଶବ ଉଦ୍ଧାର କରିଥିଲେ। ସମୋନଙ୍କ ଅଭିଭାବକମାନଙ୍କୁ ସୂଚନା ଦିଆଯିବା ପରେ ବ୍ୟବଚ୍ଛେଦ ପାଇଁ ଶବଗୁଡ଼ିକୁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ମାମଲା ରୁଜୁ କରାଯାଇଛି ଘଟଣାର ଅଧିକ ତଦନ୍ତ ଚାଲିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button