ରାଜ୍ୟ

ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ୱର : ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ପ୍ରମୋଦ ଭାଗବତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ଏକକ ଫାଇନାଲରେ ନିଜ ଦେଶ ଭାରତର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାର ସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବୁଧବାର ସେ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହ ସେମିରେ ପରାସ୍ତ ହୋଇ ପ୍ରଥମ କାଂସ୍ୟ ଜିତିଥିଲେ । ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ ।

ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ଓଡ଼ିଶାର ଏହି ଖେଳାଳି । ମୁଖ୍ୟମନ୍ତ୍ରୀ ପାରା ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ପ୍ରମୋଦଙ୍କ ଏହି ଉଲ୍ଲେଖନୀୟ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛି । ପ୍ରମୋଦଙ୍କ ଏହି ସଫଳତା ଅନ୍ୟ କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହିତ ୨୦୨୪ ପ୍ୟାରିସ ଅଲମ୍ପିକ୍ସ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରସ୍କାର ରାଶି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୋଦ । ଏହି ପ୍ରୋତ୍ସାହନ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ପ୍ରମୋଦ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button