ଦେଶ

ଅଟକାଇ ପାରିଲାନି ସମାଜର ଶିକୁଳି; ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗୀ – Ibnodisha

[ad_1]

ପାଟନା: ଏକ ବିବାହ ଉତ୍ସବରେ ଦେଖା । କଥାବାର୍ତ୍ତା ହେଉ ହେଉ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଲେ । ବର୍ଷେରୁ ଅଧିକ ସମୟ ଧରି କଥାବାର୍ତ୍ତା । ଆଉ ଶେଷରେ ନେଲେ ସାରା ଜୀବନ ଏକାଠି ରହିବାର ପ୍ରତିଶୃତି । ସମଲିଙ୍ଗୀ ହୋଇ ବି ଦୁହେଁ ଦୁହିଁଙ୍କ ଆଡକୁ ଆକର୍ଷିତ ହୋଇଥିଲେ । ଉଭୟ ମନରେ ଜାଗି ଉଠିଥିବା ପ୍ରେମ ସମାଜର ଶିକୁଳିକୁ ଭାଙ୍ଗି ନେଇଛି ବିବାହର ରୂପ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିନଥିଲେ ବି ବିହାର ଦୁଇ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିହାରରେ ଦେଖିବାକୁ ମିଳିଛି ଏହି ସମଲିଙ୍ଗୀ ବିବାହ । ଦୁଇ ଜଣ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲକ୍ଷ୍ମୀପୁର ଥାନା ସ୍ଥିତ ଦେଗଘି ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଲଖଇସରାୟ ଜିଲ୍ଲାର ଇସଲି ଥାନା ଅନ୍ତର୍ଗତ ଗେରୁଆ ପୁରସୁଣ୍ଡାର ହୋଇଥିବା ଜଣାପଡିଛି ।

ଉଭୟ ଗତ ୨୪ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡିଛି । ଜମୁଇରେ ଥିବା ଏକ ମନ୍ଦିରକୁ ଯାଇ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବାବେଳେ ସେମାନେ ପରସ୍ପରକୁ ଜୀବନ ସାଥୀ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସମାଜରେ ସମଲିଙ୍ଗୀ ସମ୍ପର୍କ ଗ୍ରହଣୀୟ ନଥିବାବେଳେ ଏସବୁ ବିଷୟରେ ଭ୍ରୁକ୍ଷେପ ନକରି ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜମୁଇର ଅଶୋକ ତାନ୍ତିଙ୍କ ଝିଅ ନିଶା କୁମାରୀ ଓ ଲଖିସରାୟର କାମେଶ୍ୱର ତାନ୍ତିଙ୍କ ଝିଅ କୁମକୁମ କୁମାରୀଙ୍କ ମଧ୍ୟରେ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରେମ ସମ୍ପର୍କ ଥିଲା । ଆଉ ଏହି ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ସ୍ଥିର କରି ସେମାନେ ବିବାହ କରିଛନ୍ତି । ସମାଜର ସମସ୍ତ ବାଧାବିଘ୍ନକୁ ଖାତିର ନକରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସମଲିଙ୍ଗୀ ଦମ୍ପତି । ସୂଚନା ଅନୁସାରେ, ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବାବେଳେ ସେମାନେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ । ମୋବାଇଲରେ କଥାବାର୍ତ୍ତା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button