ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ୮ ଥର ଟ୍ରାକ୍ଟର ଚଢାଇଦେଲେ.. – Ibnodisha
[ad_1]
ନୂଆଦିଲ୍ଲୀ: ଦିନ କୁ ଦିନ ନୃସଂଶତାର ସବୁ ସୀମା ପାର କରୁଛି ଏ ଭଳି ହୀନ ମଣିଷ । ଲୋଭ ପାଇଁ ମାନବିକତା ଭୁଲିଯାଉଛି। ଏଇ ଘଟଣାରେ ଠିକ ସେମିତି କିଛି ହେଉଛି ସାମାନ୍ୟ ଝଗଡ଼ାରୁ ଆରମ୍ଭ ହେଲା ମହାଭାରତ । ବିବାଦ ଏତେ ଆଗକୁ ବଢିଗଲା ଯେ ମାରିବାକୁ ବି ପଛେଲେନି ଏମାନେ। ସିଧା ଗାଡି ନେଇ ଚଢ଼ାଇଦେଲେ। ଜମିକୁ ନେଇ ଝଗଡ଼ା ଆରମ୍ଭ ହେଲା । ତାପରେ ଚାଲିଲା ଘମାଘୋଟ ଲଢ଼େଇ । ଏହି ଝଗଡା ଏପରି ଭୟଙ୍କର ରୂପ ନେଇଥିଲା ଏଥିରେ ଜଣେ ବ୍ୟକ୍ତିଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ରାଜସ୍ଥାନର ଭରତପୁରରୁ ଏପରି କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛିଟ୍ଟ ଏଠାରେ ଦୁଇ ପକ୍ଷ ମଧ୍ୟରେ ବିବାଦୀୟ ଜମିକୁ ନେଇ ଝଗଡା ହୋଇଥିଲା। ପରିବାର ଲୋକମାନେ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲା ପରେ ବିଫଳ ହୋଇଥିଲେ । ସମ୍ପତି ଲୋଭରେ ହିତାହିତ ଜ୍ଞାନ ହରାଇବସିଥିବା ଲୋକଟି ଟ୍ରାକ୍ଟର କୁ ଦ୍ରୁତ ଗତିରେ ଆଣି ବ୍ୟକ୍ତିଙ୍କ ଉପରେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଚଢ଼ାଉଥିଲା, କିନ୍ତୁ ଦୁଃଖର କଥା ଯେ କେହି କିଛି କରି ପାରୁ ନଥିଲେ ।
କିଛି ଲୋକ ତ ସେଠି ଛିଡା ହୋଇ ଘଟଣାର ଭିଡିଓ କରୁଥିଲେ ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜମି ବାଡି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦରେ ୧୨ ଜଣ ଲୋକ ଗୁରୁତର ବି ହୋଇଛନ୍ତି । ସମସ୍ତଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଘଟଣା ଭୟାନା ଥାନା ଅଡ୍ଡା ଗ୍ରାମରେ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଗାଁରେ ବାହାଦୂର ସିଂ ଗୁର୍ଜର ଓ ଅତର ସିଂ ଗୁର୍ଜର ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା । ଏହି ଦୁଇ ପରିବାର ମଧ୍ୟରେ ୩ ଦିନ ତଳେ ବଡ ଧରଣର ଝଗଡା ହୋଇଥିଲା । ଏହି ବିବାଦକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ବି ହୋଇଥିଲା । ପୋଲିସ ଉଭୟ ପକ୍ଷର ୨୨ ଜଣଙ୍କ ଉପରେ ବିବାଦୀୟ ଜମିକୁ ନ ଯିବାକୁ ପ୍ରତିବନ୍ଧ ଲଗାଇଥିଲେ । କିନ୍ତୁ ବୁଧବାର ବାହାଦୂର ସିଂ ଗୁର୍ଜର ପକ୍ଷର ଲୋକମାନେ ବିବାଦୀୟ ଜମିକୁ ଟ୍ରାକ୍ଟର ନେଇ ଯାଇଥିଲେ । ଏହି ଖବର ଅତର ସିଂହ ଗୁର୍ଜର ପରିବାରର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ସେମାନେ ଏହାର ବିରୋଧ କରିବାରୁ ଭୟଙ୍କର ଝଗଡା ଆରମ୍ଭ ହୋଇଥିଲା । ଯେତେବେଳେ ୪୫ ବର୍ଷୀୟ ନିର୍ପାଠ ସିଂହ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରୁଥିଲା ସେତେବେଳେ ଚାଳକ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ତାଙ୍କୁ ମାରିଥିଲେ। ଏହି କ୍ଲିପ ଏବେ ସବୁଠି ଦେଖି ନିନ୍ଦା କରାଯାଉଛି । ସମ୍ପତି ଲୋଭରେ ମଣିଷ ଏବେ କେଉଁ ସ୍ତରକୁ ଯାଉଛି ତାକୁ ଦେଖିଲେ କଷ୍ଟ ଲାଗିବ ସ୍ୱାଭାବିକ..
[ad_2]