ଦେଶ

ଶୀଘ୍ର ଭାରତ ଫେରିବେ ନିଜ ପିଲାଛୁଆ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ଫେରିବେ ଅଞ୍ଜୁ। ଫେସବୁକରୁ ପ୍ରେମ କରି ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିଥିବା ଅଞ୍ଜୁ ଖୁବ୍ ଶୀଘ୍ର ଭାରତ ଫେରିବେ। ଏ ନେଇ ପାକିସ୍ତାନ ସରକାରଙ୍କ ପାଖରୁ ମଞ୍ଜୁରୀ ମିଳିଛି ବୋଲି ସୂଚନା ଦେଇଛନ୍ତି ଅଞ୍ଜୁଙ୍କ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାହା। ଅଞ୍ଜୁ ତାଙ୍କ ପିଲାଙ୍କୁ ଖୁବ୍ ମନେ ପକାଉଛନ୍ତି। ମାନସିକ ସ୍ତରରେ ଦୁର୍ବଳ ହୋଇପଡିଛନ୍ତି। ତେଣୁ ପାକିସ୍ତାନ ସରକାରଙ୍କଠାରୁ ମଞ୍ଜୁରୀ ମିଳିବା ପରେ ସେ ନିଜ ପିଲାଙ୍କୁ ଭେଟିବାକୁ ଯିବେ। ପରେ ପୁଣି ପାକିସ୍ତାନ ଫେରି ଆସିବେ ବୋଲି ନସରୁଲ୍ଲାହା କହିଛନ୍ତି।
ପୂର୍ବରୁ ପାକିସ୍ତାନ ସରକାର ଅଞ୍ଜୁଙ୍କ ଭିସାକୁ ବର୍ଷେ ପର‌୍ୟ୍ୟନ୍ତ ବଢାଇଥିଲେ। ଫେସବୁକରୁ ବନ୍ଧୁତା ସ୍ଥାପନ କରି ପାକିସ୍ତାନର ନସରୁଲ୍ଲହାଙ୍କୁ ଭେଟିଥିଲେ ଅଞ୍ଜୁ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ୨ ପିଲା ଓ ସ୍ୱାମୀଙ୍କୁ ଛାଡି ଅଞ୍ଜୁ ପାକିସ୍ତାନ ଚାଲିଯାଇଥିଲେ। ପାକିସ୍ତାନର ଖାଇବର ନିବାସୀ ନସରୁଲ୍ଲହାଙ୍କୁ ବିବାହ କରିବା ପାଇଁ ସେ ଧର୍ମ ପରିବର୍ତ୍ତନ କରିଥିଲେ। ଅଞ୍ଜୁରୁ ହୋଇଥିଲେ ଫତିମା। ଦୁହେଁ ବିବାହ ପୂର୍ବରୁ କରିଥିଲେ ପ୍ରି ୱେଣ୍ଡିଂ ଫଟୋସୁଟ।
ଆଗରୁ ଅଞ୍ଜୁ ରାଜସ୍ଥାନରେ ବିବାହ କରିଥିଲେ। ସେଠାରେ ତାଙ୍କ ସ୍ୱାମୀ ଅରବିନ୍ଦଙ୍କ ସହ ୧୫ ବର୍ଷର ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। କହି ରଖୁଛୁ, ଅଞ୍ଜୁ ଜୁଲାଇ ୨୨ରେ ୱାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ ଏବଂ ରାୱଲପିଣ୍ଡିରେ ନସରୁଲ୍ଲାଙ୍କୁ ଭେଟିଥିଲେ। ଅଞ୍ଜୁ ଆଇନଗତ ଭାବେ ପାକିସ୍ତାନ ଯାତ୍ରା କରିଥିଲେ। ୩୪ ବର୍ଷୀୟା ଅଞ୍ଜୁଙ୍କ ପ୍ରକୃତ ଘର ୟୁପିର କେଲୋର ଗ୍ରାମରେ ଏବଂ ସେ ରାଜସ୍ଥାନର ଅଲୱର ଜିଲ୍ଲାରେ ରହୁଥିଲେ। ୨୦୧୯ରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button