IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜନୀତି

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ୩ ବିଜେପି ବିଧାୟକ ନିଲମ୍ବିତ

 

IBN ଓଡିଶା (ବ୍ୟୁରୋ):-ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଛନ୍ତି ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଯାହାକୁ ନିନ୍ଦା କରିଥିଲେ ସମସ୍ତେ । ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ ।ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।ତେବେ ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ବି ବିଜେପି ବିଧାୟକ ଅନୁତପ୍ତ ନଥିଲେ । ଓଲଟା ବିଜେପି ବିଧାୟକ ବିଷ୍ଣୁ ସେଠୀ ଚପଲ ନୁହେଁ ଆଉ କିଛି କରିବା ଦରକାର ବୋଲି କହିଥିଲେ । ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକ ଅଶୋଭନୀୟ କାର୍ଯ୍ୟ କରିବା ପରେ ଦୁଃଖିତ ନହୋଇ ଓଲଟା ଯୁକ୍ତି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button