ଦେଶ

ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଗିରଫ କରିବାକୁ ଚାହୁଁଛି ବିଜେପି: ମମତା – Ibnodisha

[ad_1]

କୋଲକାତା: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ସମନକୁ ନେଇ ପଶ୍ଚିମବଙ୍ଗର ଖୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଭାଜପା ସମସ୍ତ ବିରୋଧୀଦଳର ନେତାଙ୍କୁ ଗିରଫ କରିବାକୁ ଯୋଜନା କରିଛି, ସେମାନେ ଏକ ଖାଲି ଦେଶରେ ନିଜ ପାଇଁ ଭୋଟ ଚାହୁଁଛନ୍ତି । କିଛି ଏମ୍‌ପିଙ୍କ ଫୋନ୍ ହ୍ୟାକ୍ କରାଯାଉଛି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶମାନେ ଆମ ଦେଶ ବାବଦରେ କ’ଣ ଭାବୁଥିବେ ।

ବାହାର ଲୋକଙ୍କ ଆଗରେ ଆମେ ଦେଶକୁ କେବେ ଛୋଟ କରି ପାରିବୁ ନାହିଁ । ଆମେ ଏହାର ପ୍ରତିବାଦ କରିବୁ । ସୂଚନାଯୋଗ୍ୟ,ନଭେମ୍ବର ୨ରେ ପଚରାଉଚରା ପାଇଁ ଇଡି ଅରବିନ୍ଦ କେଜ୍‌ରିୱାଲଙ୍କୁ ଡାକିଛନ୍ତି । ଅକ୍ଟୋବର ୩୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟିଏମସି ଏମ୍‌ପିମହୁଆ ମିତ୍ର, କଂଗ୍ରେସ ଏମ୍‌ପି ଶଶି ଥରୁର, ଆମ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ସମେତ ଅନେକ ନେତା ଆପଲର ସତର୍କ ସୂଚନାକୁ ଦର୍ଶାଇ ସରକାର ସେମାନଙ୍କୁ ହ୍ୟାକ କରୁଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ । ସମଗ୍ର ଘଟଣାର ତଦନ୍ତ କରାଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button