ରାଜ୍ୟ

୮ ଆଇଏଏସ୍‌ଙ୍କୁ ମିଳିଲା ଓଡ଼ିଶା କ୍ୟାଡର – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାକୁ ୨୦୨୨ ବ୍ୟାଚର ୮ଜଣ ଆଇଏଏସ୍ ଅଫିସର ଆବଣ୍ଟନ କରାଯାଇଛି । ଏହି ୮ଜଣ ଅଫିସର ଓଡ଼ିଶାରେ କାର୍ଯ୍ୟ କରିବେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଗୃହ ରାଜ୍ୟ ଓଡ଼ିଶା ହୋଇଥିବାବେଳେ ବାକି ୫ଜଣ ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏହି ଆଇଏଏସ୍ ଅଫିସରମାନଙ୍କ କ୍ୟାଡ଼ର ଆବଣ୍ଟନ ସମ୍ପର୍କରେ ସୂଚନା ଦିଆଯାଇଛି । କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୧୭୯ଜଣ ଆଇଏଏସ ଅଫିସରଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର କ୍ୟାଡ଼ର ଆବଣ୍ଟନ ହୋଇଛି ।

ଏହି ସମସ୍ତ ଅଫିସର ୨୦୨୨ ମସିହା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଯେଉଁ ଆଇଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟନ କରାଯାଇଛି ସେମାନେ ହେଲେ ଓଡ଼ିଶାର ପ୍ରଣୀତା ଦାଶ, କସ୍ତୁରୀ ପଣ୍ଡା ଓ ତେଜସ୍ୱିନୀ ବେହେରା, ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରୱାଲ, ନାଗାଲ୍ୟାଣ୍ଡର ୟିମକୁମ୍ ଆଇ ଓଜୁକାମ, ମହାରାଷ୍ଟ୍ରର ଦୁଧଲ ଅଭିଷେକ ଦିଲ୍ଲୀପ, କେରଳର ଆଶିନ୍ ଏ ଏଲ୍ ଏବଂ ତାମିଲନାଡୁଡ଼ର ସି ଶରଭାନନ୍ ରହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୧ ବ୍ୟାଚ୍‌ରେ ୬ଜଣ ଆଇଏଏସ୍‌, ୨୦୨୦ରେ ୫ଜଣ, ୨୦୧୯ରେ ୬ଜଣ, ୨୦୧୮ରେ ୪ଜଣ, ୨୦୧୭ରେ ୪ଜଣ, ୨୦୧୬ରେ ୪ଜଣ ଆଇଏଏସ୍‌ଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button