ଅପରାଧ

ଶ୍ୱଶୁର ଶୋଇଥିବା ସମୟରେ ନିଆଁ ଲଗାଇଦେଲା ବୋହୂ ଆଉ ତାପରେ ହେଲା କିଛି ଏପରି…. – Ibnodisha

[ad_1]

ଭୁବନେଶ୍ୱର: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣଙ୍କର କଣ ଭାବନା ଆସିବ ଆମକୁ ନିହାତୀ ଜଣାଇବେ ।

ସୋସିଆଲ ମିଡିଆରେ ଏକ ଚକିତ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ନିଜ ଶ୍ୱଶୁର ଶୋଇଥିବା ସମୟରେ ତାଙ୍କ ରୁମ୍ କୁ ଯାଇ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ଯେଉଁ ଫୁଟେଜ ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଏକ କାଗଜ ପରି ଦେଖାଯାଉଥିବା ଜିନିଷରେ ନିଆଁ ଲଗାଇ ନିଜ ବୃଦ୍ଧ ଶ୍ୱଶୁର ଶୋଇଥିବା ଅବସ୍ଥାରେ ତାଙ୍କ ଶେଯ ଉପରେ ନେଇ ପକାଇ ଦେଉଛନ୍ତି। ତେବେ କ୍ୟାମେରା ପଛରେ ଥିବା ବ୍ୟକ୍ତି ଜଣଙ୍କ ଏହି ଘଟଣାର ଭିଡିଓ ନିଜ ମୋବାଇଲରେ ରେକର୍ଡ କରିଥିଲେ ଏବଂ ଶୀଘ୍ର ଯାଇ ନିଜ ପିତାଙ୍କ ଶଯ୍ୟାରେ ଜଳୁଥିବା କାଗଜକୁ ଲିଭାଇବା ସହ ଅଧିକ କ୍ଷତି ନକରିବା ପାଇଁ କହିଥିଲେ ।

ବୃଦ୍ଧଙ୍କ ଉପରେ ମହିଳାଙ୍କର ଏଭଳି ବ୍ୟବହାର ଅତି ନିନ୍ଦନିୟ । ତେବେ ମାଇକ୍ରୋ ବ୍ଲଗିଂ ସାଇଟ୍ “X” ରେ ଭିଡିଓଟିକୁ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ମହିଳା ଜଣଙ୍କ ଯାହା ଚାହୁଁଥିଲେ ତାହା ନହେବାରୁ ଏଭଳି କାଣ୍ଡ ଘଟାଇଥିଲେ । ସେ ନିଜ ପିଲାକୁ ଖାଇବାକୁ ଦେବା ପାଇଁ କହୁଥିଲେ, କିନ୍ତୁ ପିଲାଟି ଶୋଇପଡିଥିଲା । ତେବେ ବୃଦ୍ଧ ଜଣକ ପିଲାଟିକୁ ଶୁଆଇ କହିଥିବାରୁ ସେ ଏଭଳି ନିଆଁ ଲଭାଇ ଦେଇଥିଲେ । ଯାହା ଲାଗୁଥିଲା କି କ୍ୟାମେରା ଧରିଥିବା ପୁରୁଷ ଜଣକ ମହିଳାଙ୍କ ସ୍ୱାମୀ । ମହିଳାଙ୍କ କହିବା କଥା କି ତାଙ୍କ ସ୍ୱାମୀ ଚାହୁଁ ନାହାଁନ୍ତି ଯେ ସେ ନିଜ ପିଲାକୁ ଖାଇବାକୁ ଦିଅନ୍ତୁ। ମହିଳା ଜଣକ ରାଗରେ ଏଭଳି କାର୍ଯ୍ୟ କରିଥିଲେ ଏବଂ ବୃଦ୍ଧଙ୍କ କୋଠରୀରେ ନିଆଁ ଲଗାଇ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button