ଦେଶ

୫୦ ହଜାର ଟଙ୍କାରେ ବିକ୍ରି ହୋଇଥିଲେ ମାଆ-ପିଲା; ୨୦ ବର୍ଷ ପରେ ଗାଁ’କୁ ଫେରିଲେ – Ibnodisha

[ad_1]

ରାଞ୍ଚି: ଝାଡଖଣ୍ଡ ଗିରିଡିହର ଜଣେ ମହିଳା ହଠାତ୍ କେଉଁ ଆଡେ ଗାଏବ ହୋଇ ଯାଇଥିଲେ । ଦିନେ କି ମାସେ ନୁହେଁ ପ୍ରାୟ ୨୦ ବର୍ଷ ହେବ ମହିଳା ଜଣକ ଗାଏବ ଥିଲେ । ଏବେ ହଠାତ ସେ ତାଙ୍କ ଗାଁରେ ପହଞ୍ଚିଛନ୍ତି । ଆଉ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି କି, ତାଙ୍କୁ ଓ ତାଙ୍କ ପିଲାଙ୍କୁ ପାଖ ଗାଁରେ ଜଣକୁ ବିକ୍ରି କରି ଦିଆଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ୮ ଜଣ ଲୋକ ତାଙ୍କୁ ପାଖ ଗାଁରେ ଜଣଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ସହିତ ଘର ଓ ଜମି ହାସଲ କରିବା ପାଇଁ ତାଙ୍କୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା ନେଇ ୮ ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଅକାଳୀ ଦେବୀ । ଅଚାନକ ମହିଳା ଜଣଙ୍କ ଗାଁରୁ ଗାଏବ ହୋଇଯିବା ପରେ ଦୀର୍ଘ ୨୦ ବର୍ଷ ପରେ ଗାଁକୁ ଫେରିଛନ୍ତି । ୨୦ ବର୍ଷ ପରେ ଘରକୁ ଫେରିବା ପରେ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଇଥିଲା । ପରେ କିଛି ଲୋକଙ୍କ ସହାୟତା ସେ ତାଙ୍କ ଘରକୁ ପ୍ରବେଶ କରିଥିଲେ ମାତ୍ର ତାଙ୍କ ଜମି ଫେରି ପାଇନଥିଲେ । ଏହା ପରେ ମହିଳା ଜଣକ ଦେଓରୀ ଥାନାରେ ୮ ଜଣ ଲୋକଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ୮ ଜଣ ହେଲେ ବୁଲୁ ଯାଦବ, ଦାରୋଗୀ ଯାଦବ, ରାମଚିତ୍ର ଯାଦବ, କାମେଶ୍ୱର ଯାଦବ, ଦୁଖାନ ଯାଦବ, ମିତନ ଯାଦବ ଓ ଗୋପାଳ ଯାଦବ ।

ପୋଲିସ ଘଟଣା ତଦନ୍ତ କରି ଏହା ଜଣିବାକୁ ପାଇଛି କି ମହିଳା ଓ ତାଙ୍କ ଝିଅକୁ ଜାମୁଇରେ ବିକ୍ରି କରାଯାଇଥିବା ବେଳେ ତାଙ୍କ ପୁଅକୁ ମଧୁପୁରରେ ବିକ୍ରି କରାଯାଇଥିଲା । ଘୋସା ଗାଁର ଅକାଳୀ ଦେବୀ ଅଭିଯୋଗରେ କହିଛନ୍ତି, ମହାବୀର ଯାଦବଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି ୮ଜଣ ଅଭିଯୁକ୍ତ ତାଙ୍କ ଜମି ଓ ଘରକୁ କବଜା କରିବାକୁ ଚକ୍ରାନ୍ତ ଚଳାଇଥିଲେ । ତାଙ୍କର ଦୁଇ ପିଲାଙ୍କୁ ଅପହରଣ କରି ନେଇ ବନ୍ଦୀ କରି ରଖିଥିଲେ । ତାଙ୍କୁ ଓ ତାଙ୍କ ଝିଅକୁ ଜାମୁଇରେ ବିକ୍ରି କରିବାକୁ ଡିଲ କରିଥିଲେ । ମୁଁ ଅସ୍ୱୀକାର କରିବାରୁ ମୋତେ ନିଆଁ ଲଗାଇ ମାରି ଦେବାକୁ ଚେଷ୍ଟା କରିଥିଲେ । କିଛି ପଡୋଶୀ ମୋତେ ରକ୍ଷା କରିଥିଲେ । ଏହା ପରେ ସୋନା ଗାଁର ମିତନ ଯାଦବଙ୍କୁ ମୋର ନାବାଳିକା ଝିଅକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ମୋ ପୁଅକୁ ମାଧପୁରର ଗୋପାଳ ଯାଦବକୁ ବିକ୍ରି କରିଥିଲେ । ମୁଁ ମୋର ପିଲା ଏହି ସ୍ଥାନରେ ଦାସ ଭଳି ରହୁଥିଲୁ । ମୋ ପୁଅ କୌଶଳ କ୍ରମେ ଗୋପାଳ କବଳରୁ ଖସି ଆସି ଆମକୁ ମୁକ୍ତ କଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button