ଖେଳ

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିଲେ ରାଚିନ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରାଚିନ ରବୀନ୍ଦ୍ର ୨୦୨୩ କ୍ରିକେଟ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି । ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଏହି ରେକର୍ଡ କରିଛନ୍ତି । ବିଶ୍ୱକପ୍ ଇତିହାସରେ ୨୫ ବର୍ଷ ହେବାପୂର୍ବରୁ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦୁଇଟି ଶତକ ହାସଲ କରିଥିଲେ । ଏବେ ଏହାକୁ ରାଚିନ୍ ଭାଙ୍ଗିଛନ୍ତି । ସେ ୨୫ ବର୍ଷ ବୟସ ପୂର୍ବରୁ ତିନିଟି ବିଶ୍ୱକପ୍ ଶତକ ହାସଲ କରିଛନ୍ତିି ।

ସଚିନ୍ ୧୯୯୬ ବିଶ୍ୱକପରେ ୫୨୩ ରନ୍ କରିଥିଲେ, ଯାହା ପରେ ସେ ୨୫ ରନ୍ ପୂରଣ କରିଥିଲେ । ଗ୍ରୁପ୍ ପର‌୍ୟ୍ୟାୟର ଆଉ ଗୋଟିଏ ମ୍ୟାଚ୍ ଏବଂ ସମ୍ଭବତଃ ଅତିକମରେ ଗୋଟିଏ ନକ୍‌ଆଉଟ୍ ମ୍ୟାଚ୍ ବାକି ଥିବାରୁ ସଚିନ୍‌ଙ୍କ ଆଉ ଏକ ରେକର୍ଡ ଅତିକ୍ରମ କରିବାର ସୁଯୋଗ ରହିଛି ରାଚିନ୍‌ଙ୍କ ପାଖରେ ।

ରବୀନ୍ଦ୍ର ୯୪ ବଲରୁ ଗୋଟିଏ ଛକା ଓ ୧୫ଟି ଚୌକା ସହ ୧୦୮ ରନ୍ କରିଥିଲେ । ଚଳିତ ବିଶ୍ୱକପରେ ହିଁ ରାଚିନ୍ ତିନିଟି ଶତକ ମାରି ନ୍ୟୁଜିଲାଣ୍ଡର ଗ୍ଲେନ୍ ଟର୍ଣ୍ଣର (୧୯୭୫), କେନ୍ ୱିଲିଅମସନ୍ (୨୦୧୯), ଏବଂ ମାର୍ଟିନ୍ ଗପ୍ଟିଲ (୨୦୧୫)ଙ୍କୁ ପଛରେ ପକାଇ ଦେଇଥିଲେ । ଏହି ତିନି ବ୍ୟାଟର ଗୋଟିଏ ବିଶ୍ୱକପ୍ ସଂସ୍କରଣରେ କିୱିିଙ୍କ ଦ୍ୱାରା ସର୍ବାଧିକ ଦୁଇଟି ଲେଖାଏଁ ଶତକ ହାସଲ କରିଥିଲେ । ଏହି ଅଲରାଉଣ୍ଡରଙ୍କ ଏହି ତୃତୀୟ ଶତକ ମଧ୍ୟ ପଦାର୍ପଣ ବିଶ୍ୱକପରେ ଯେ କୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ସର୍ବାଧିକ ।

ରାଚିନ ନିଜ ପଦାର୍ପଣ ବିଶ୍ୱକପରେ ସର୍ବାଧିକ ୫୩୨ ରନ୍ କରିଛନ୍ତି । ଯାହା ପ୍ରଦାର୍ପଣ ବିଶ୍ୱକପ୍‌ରେ ସର୍ବଧିକ ସ୍କୋରର ଜନି ବେୟାରଷ୍ଟୋଙ୍କ ରେକର୍ଡଠାରୁ ମାତ୍ର ୧୦ ରନ୍ ଦୂରରେ ରହିଛି । ରାଚିନ୍ ଏହାକୁ ମଧ୍ୟ ଚଳିତ ସଂସ୍କରଣରେ ଅତ୍ରିକମ କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button