ରାଜ୍ୟ

ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି; ୨୮ରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ – Ibnodisha

[ad_1]

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆଗାମୀ ଜାନୁଆରୀ ୧୭ ତାରିଖରେ ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଚୁଡାନ୍ତ ନିଷ୍ପତ୍ତିନେଇଛି । ଚାରିଦ୍ୱାରରେ ବେଦ ପାରାୟଣ ସହ ଯଜ୍ଞ, ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯିବ । ସେହିପରି କାର୍ତ୍ତିକ ମାସ ପରେ ଆସନ୍ତା ୨୮ ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନି କରିବା ପାଇଁ ଏଏସ୍‌ଆଇକୁ ଅନୁମତି ଦେଇଛି ପରିଚାଳନା କମିଟି । ମହାପ୍ରଭୁଙ୍କ ରତ୍ନପଲଙ୍କ, ରାହୁରେଖା ଇତ୍ୟାଦି ଅଳଙ୍କାର ଭାଙ୍ଗିଥିବାରୁ ଏହାର ମଧ୍ୟ ମରାମତି କରାଯିବ ।
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା ଉତ୍ସବ ।

ତିନିଦିନ ବ୍ୟାପୀ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଇତ୍ୟାଦି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ପରିଚାଳନା କମିଟି ସ୍ୱତନ୍ତ୍ର ବ୍ୟବସ୍ଥା କରିବ । ଏହି ଅବସରରେ ଅତିଥି ମାନଙ୍କୁ ଏହି ସମାରୋହ ପାଇଁ ଆମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାର ପୁରପଲ୍ଲୀରେ ସେହିଦିନ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ପରିଚାଳନା କମିଟି ପରାମର୍ଶ ଦେଇଛି । ଲୋକାର୍ପଣ କାର୍ଯ୍ୟ ପୂର୍ବରୁ ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମାନଙ୍କୁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ କମାଇବା ପାଇଁ ଜଗନ୍ନାଥ ବଲ୍ଲଭ ମଠରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି ।

ଅନ୍ୟପଟେ ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ଏହାର ଲେଜର ସ୍କାନି କରାଯିବ । କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥର କରାଯିବ ଲେଜର ସ୍କାନିଂ । ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ ।

ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଏହି ଲେଜର ସ୍କାନିଂ ଏଏସ୍‌ଆଇ ପାଖରେ ପହଞ୍ଚିଥିବା କହିଛନ୍ତି ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଅନ୍ୟପଟେ ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ହେବ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ଏଥିସହ ମହାପ୍ରଭୁଙ୍କର ରତ୍ନପଲଙ୍କ, ରାହୁରେଖା ଓ ଭାଙ୍ଗିଥିବା ଅନ୍ୟ ଅଳଙ୍କାର ଗୁଡ଼ିକର ମରାମତି କରିବା ପାଇଁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି । ସେହିପରି ସେବାୟତ ଆବାସ ଯୋଜାନା ଓ ପ୍ରତିଷ୍ଠା ହେବାକୁ ଥିବା ଆଦର୍ଶ ଗୁରୁକୂଳକୁ ନେଇ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ । ସେବାୟତ ମାନଙ୍କୁ ବିବାହ, ବ୍ରତ ଓ ସୁଦ୍ଧିକ୍ରିୟା ସମୟରେ ମିଳୁଥିବା ଆର୍ôଥକ ସହାୟତାକୁ ବୃଦ୍ଧି କରାଯାଇଥିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ବର୍ଦ୍ଧିତ ରାଶି ଘୋଷଣା କରାଯାଇଛି । ସେହିପରି ବାଉଳି ମଠର ଉନ୍ନତୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଦେବତ୍ତୋର ବିଭାଗର ସହାୟତା ନିଆଯିବ ।

ଆଜି ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଅତିରିକ୍ତ ଏସପି, ଓବିସିସି ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟ, ଟେକ୍ନିକାଲ କମିଟି, ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଓ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button