ଡିବ୍ରଦର୍ସଙ୍କ ନାମରେ ଧମକ; ୫ ଲକ୍ଷ ଦାଦାବଟି ମାଗି ୨ ଯୁବକ ଗିରଫ – Ibnodisha

[ad_1]
କଟକ: ମାଫିଆ ଡନ୍ ଡିବଦର୍ସଙ୍କ ନାମରେ ଦାଦାବଟି ମାଗିବା ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଯୁବକଦ୍ୱୟ ହେଲେ ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଭୋକଞ୍ଜି ଗ୍ରାମର ମଣ୍ଟୁ ଓରଫ କମଳାକାନ୍ତ ବାରିକ (୩୨) ଓ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ବାବୁ ଓରଫ ଦିଲ୍ଲୀପ କୁମାର ଦାସ (୩୯) ।ପୁଲିସ ସୂତ୍ରରୁ ପ୍ରକାଶ ଯେ ଗଣ୍ଡରପୁର ସଅରସାହିର ସୁନିତା ପାତ୍ର ତାଙ୍କ ସ୍ୱାମୀ ରବୀନ୍ଦ୍ର କୁମାର ପାତ୍ରଙ୍କ ସହ ଗତ ଜୁନ୍ ମାସ ୧୮ ତାରିଖ ରାତି ପ୍ରାୟ ୯.୩୮ ସମୟରେ ଶିଖରପୁରର ଏକ ରେଷ୍ଟୁରାଣ୍ଟକୁ ଯାଉଥିଲେ । ଏହି ସମୟରେ ସୁନିତା ଦେଖିଲେ ଏକ ଅଜଣା ମୋବାଇଲ୍ ନମ୍ବର ୭୩୮୧୧୩୭୦୩୫ରୁ କ୍ରମାଗତ ଭାବେ ତାଙ୍କ ସ୍ୱାମୀଙ୍କ ମୋବାଇଲ୍ ୮୨୪୯୩୦୪୪୭୯କୁ ଫୋନ୍ କଲ ଆସିଲା । ସୁନିତା ଫୋନ୍ କଲ୍ଟି ରିସିଭ କରିବାରୁ ଅପରପାଶ୍ୱର୍ରୁ ଜଣେ ଅଜଣା ବ୍ୟକ୍ତି ନିଜକୁ ଧଳସାମନ୍ତ ଭ୍ରାତା ବା ଡିବଦର୍ସ ସହଯୋଗୀ ଭାବେ ପରିଚୟ ଦେଇଥିଲେ । ଡି ବ୍ରଦର୍ସର କହିଛନ୍ତି ଯଦି ତୁମେ କଟକ ନଗର ଯୁବକ ସଂଘ ପାଇଁ ୫ ଲକ୍ଷ ଟଙ୍କା ଦାଦାବଟି ଦେବ । ନଚେତ ମୁଁ ତୁମ ସ୍ୱାମୀ ଓ ପୁଅକୁ ଗୁଳି କରିଦେବି ବୋଲି ଉକ୍ତ ବ୍ୟକ୍ତି କହିଥିଲେ ।
ଏନେଇ ସୁନିତା ସେହି ରାତିରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତଦ୍ୱୟ ଏହି ଧମକ ଦେଇଥିବା ପୁଲିସ ସନ୍ଦେହ କରିଥିଲା । ଦୁହିଁଙ୍କୁ ଗିରଫ କରିବା ପରେ ସେମାନେ ଅପରାଧର କାରନାମା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ଦୁହେଁ ପୁରୀ, ଭୁବନେଶ୍ୱର, କଟକ ଓ ଢେଙ୍କାନାଳର ବିଭିନ୍ନ ବ୍ୟବସାୟୀଙ୍କୁ ଏଭଳି ଟାର୍ଗେଟ କରୁଥିବାର ସୂଚନା ମିଳିଛି । ଧଳ ସାମନ୍ତ ଭ୍ରାତାଙ୍କ ନାମରେ ସେମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି ।ଏଥିସହ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ ଦେଉଳସାହିର ବିଦ୍ୟାଧର ବେହେରାଙ୍କଠାରୁ ଏଭଳି ଭୟଭୀତ କରାଇ ୧ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରିଥିବା ଜଣାପଡ଼ିଛି । ତେବେ ଏମାନେ ଆଉ କାହାଠାରୁ ଦାଦାବଟି ଆଦାୟ କରିଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି । ଅଭିଯୁକ୍ତମାନଙ୍କ ନାମରେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳର ଏକାଧିକ ଥାନାରେ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି ।
[ad_2]