ଦେଶ

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର…. – Ibnodisha

[ad_1]

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ । ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି ନ ଥିଲେ । ଫଳରେ ଏହି କାରଣରୁ ଡାକ୍ତର ରାଗି ଚେତାଶୂନ୍ୟ ମହିଳାଙ୍କ ଅସ୍ତ୍ରୋପଚାରକୁ ମଧ୍ୟଭାଗରେ ଛାଡି ଅପରେଶନ ଥିଏଟରରୁ ବାହାରକୁ ପଳାଇ ଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲା ପରିଷଦର ସିଇଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ଏକ କମିଟି ଗଠନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ କହିଛନ୍ତି । ନାଗପୁରର ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଚିନ୍ତାଜନକ ଘଟଣାରେ ଜଣେ ଡାକ୍ତର ସର୍ଜିକାଲ ପଦ୍ଧତିକୁ ଅସମ୍ପୂର୍ଣ୍ଣ ଛାଡି ଚାରି ଜଣ ଅଚେତ ମହିଳାଙ୍କୁ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଅପରେଶନ ଥିଏଟରରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର ଚା’ମାଗିଥିଲେ ।

କିନ୍ତୁ ତାଙ୍କୁ ଏହା ଦିଆଯାଇ ନ ଥିଲା । ଯାହା ପରେ ଡାକ୍ତର ହଠାତ ଅପରେଶନ ଛାଡି ପଳାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହିଳାଙ୍କ ଅସମ୍ପୂର୍ଣ୍ଣ ଅପରେଶନ ଶେଷ କରିବାକୁ ଜିଲା ପ୍ରଶାସନ ଅନ୍ୟ ଜଣେ ଡାକ୍ତରଙ୍କ ବ୍ୟବସ୍ଥା କରିଥିଲେ । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା । ଡ୍ୟୁଟିରେ ଅବହେଳା ପାଇଁ ଡାକ୍ତରଙ୍କ ଉତ୍ତରଦାୟୀ କରିବା ପାଇଁ ବିଭିନ୍ନ ଦଳ ମଧ୍ୟ ଦାବି କରିଛନ୍ତି । ଜିଲା ପରିଷଦର ଉପ-ସଭାପତି କୁଣ୍ଡା ରାଉତ ଡାକ୍ତରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯଦି ଯାଞ୍ଚ କମିଟି ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଜିଲା ପରିଷଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦୋଷୀ ସାବ୍ୟସ୍ତ ହେଲେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୪ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଦାଏର କରିବାକୁ ମଧ୍ୟ ଦାବି କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button