ରାଜ୍ୟ

ରାଜ୍ଯ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା ଅନୁଷ୍ଠିତ – Ibnodisha

[ad_1]

ଭୁବନେଶ୍ୱର – ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସପ୍ତମ ପ୍ରେରଣାଦାୟକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ l ନିରୁତ୍ସାହିତ ଓ ଭୟଭୀତ ନହୋଇ ପରିଶ୍ରମ କରି ଜୀବନରେ ସଙ୍ଘର୍ଷ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ପାଠକ ପାଠିକା ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଦାରିଦ୍ର୍ୟ ଭିତରେ ପ୍ରାଚୁର୍ଯ୍ୟ ଥାଏ ଏହାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କଲେ ସମସ୍ତେ ଉଚ୍ଚ ସୋପାନ ରେ ପହଞ୍ଚି ପାରିବେ ବୋଲି ଉଲ୍ଲେଖ କରିଥିଲେ l ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ସବିଶେଷ ଆଲୋଚନା କରାଯାଇଥିଲା l

କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ l ସେ ପାଠକ ପାଠିକା ମାନଙ୍କୁ ସମୟର ସଦୁପଯୋଗ କରି ପରିଶ୍ରମ କରିବା ପାଇଁ ଉତ୍ସାହିତ କରିଥିଲେ l ଗ୍ରନ୍ଥାଗାରର ଯେଉଁ ପାଠକ ପାଠିକା ମାନେ ବିଭିନ୍ନ ଜାତୀୟ ଓ ରାଜ୍ଯସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ତାଙ୍କର ପରିଚୟ ସମ୍ପର୍କରେ କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ ସେ ପରାମର୍ଶ ଦେଇଥିଲେ l ଏହା ସଂଗ୍ରହ ହେଲେ ସେମାନଙ୍କୁ ଭବିଷ୍ୟତରେ ସମ୍ମାନିତ କରିବା ପାଇଁ ପଦକ୍ଷେପ ନିଆଯିବ । ଏହି ବକ୍ତୃତାମାଳା ରେ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button