ରାଜ୍ୟ
ମିଳିଲାନି ଆମ୍ବୁଲାନ୍ସ ସେବା, ଆଖି ବୁଜିଲେ ବୃଦ୍ଧ – Ibnodisha

[ad_1]
କେନ୍ଦୁଝର: ମିଳିଲାନି ଆମ୍ବୁଲାନ୍ସ ସେବା, ଅସହଯୋଗ କଲେ ସ୍ୱାସ୍ଥ୍ୟ ମିତ୍ର । ଦୀର୍ଘ ୪ ଘଣ୍ଟା ଅପେକ୍ଷା କରି ଆଖି ବୁଜିଲେ ବୃଦ୍ଧ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଏଭଳି ଦୁଃଖଦ ଘଟଣା ଘଟିଛି । ବାମ୍ଫିଡି ଗାଁର ବାଜିଆ ପାତ୍ର ଅସୁସ୍ଥ ହୋଇପଡିଥିଲେ । ବାଜିଆଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ।
ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର କରିଥିଲେ । ଫଳରେ ପରିବାର ଲୋକ ଆମ୍ବୁଲାନ୍ସରେ ନେବାକୁ ସ୍ୱାସ୍ଥ୍ୟମିତ୍ରଙ୍କ ପାଖକୁ ଯାଇଥିଲେ । ସେଠାରେ ଥିିବା କର୍ମଚାରୀ ଆମ୍ବୁଲାନ୍ସ ଯୋଗାଇଦବା ପରିବର୍ତ୍ତେ ଅନ୍ୟ ଗାଡ଼ିରେ ନେବାକୁ କହିଥିଲେ । ହେଲେ ଅର୍ଥ ଅଭାବରୁ ଗାଡି ଯୋଗାଡ଼ କରିପାରିଲେନି ପରିବାର । ଶେଷରେ ୫ ଘଣ୍ଟା ପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।
[ad_2]