ଏବେ ବି ‘ପୋର୍’ ବର୍ଗରେ ଦିଲ୍ଳୀ ବାୟୁ ଅବସ୍ଥା: ଦୀପାବଳିରେ ହେବାର ନାହଁ ବର୍ଷା – Ibnodisha

[ad_1]
ନୂଆଦିଲ୍ଳୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ବିଷୟବସ୍ତୁ ହୋଇଥିବା ବେଳେ ସଭିଙ୍କ ମୁଣ୍ଡ ବଥାର କାରଣ ପାଲଟିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦୀପାବଳି ଦିନ ସକାଳେ ଦିଲ୍ଳୀର ବାୟୁ ଗୁଣବତ୍ତା ଖରାପ ରହିଛି। ଏବେ ବି ଏହା ‘ପୋର୍’ ବର୍ଗ ଅନ୍ତଭୂର୍କ୍ତ।ଆନନ୍ଦ ବିହାରରେ ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୬୬ ରହିଥିବା ବେଳେ ଆରକେ ପୁରମରେ ୨୪୧, ପଞ୍ଜାବୀ ବାଗରେ ଏକ୍ୟୁଆଇ ୨୩୩ ଏବଂ ଆଇଟିଓରେ ଏହା ରବିବାର ସକାଳେ ୨୨୭ ରହିଛି। ଏହା ବ୍ୟତୀତ ରବିବାର ଦିନ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ନାହିଁ। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୧୪ ଡିଗ୍ରୀ ସେଲସିୟସ ଏବଂ ୨୮ ଡିଗ୍ରୀ ସେଲସିୟସରେ ରହିବ ବୋଲି ଆଶା କରାଯାଉଛି। ଶନିବାର ଦିନ ଜାତୀୟ ରାଜଧାନୀରେ ଏକ୍ୟୁଆଇ ୨୨୦ ରହିଥିଲା। ଶୁକ୍ରବାର ଦିନ ଧୂଆଁ ଏବଂ ବାୟୁ ପ୍ରଦୂଷଣ ହୋଇଥିବା ବର୍ଷା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶୂନରୁ ୫୦ ମଧ୍ୟରେ ଏୟାର୍ କ୍ବାଲିଟି ଇଣ୍ଡେକ୍ସ ‘ଭଲ’, ୫୧ ରୁ ୧୦୦ ମଧ୍ୟରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ହେଉଛି ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ ବା ପୋର୍’, ୩୦୧ ରୁ ୪୦୦ ‘ଅତ୍ୟନ୍ତ ଖରାପ ବା ଭେରି ପୋର୍’ ଏବଂ ୪୦୧ ରୁ ୫୦୦ ମଧ୍ୟରେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେହିପରି ୫୦୦ରୁ ଅଧିକକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରାଯାଏ।
[ad_2]