ରାଜ୍ୟ

ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା – Ibnodisha

[ad_1]

ଖୋର୍ଦ୍ଧା : ସ୍ୱାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ । ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି । ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ ମୃତଦେହ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏପଟେ ମାତାପିତାଙ୍କ ମୃତ୍ୟୁରେ ଦୁଇ ନାବାଳିକା ଝିଅ ଅନାଥ ହୋଇଯାଇଛନ୍ତି । ଦୁଇ ଝିଅଙ୍କ ଭରଣପୋଷଣ, ପାଠପଢା ଏବେ ସମୟ ଡୋରିରେ ବନ୍ଧା ପଡିଛି ।

ସୂଚନାଯୋଗ୍ୟ, ଦିପାବଳୀ ଦିନ ସାରେ ଅଜଣା ଗାଡି ଧକ୍କାରେ ସ୍ୱାମୀ ଗୋକୁଳ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ । ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ଅସହାୟ ହୋଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ରାଜସୁନାଖଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ୱର ଏମ୍ସ ନେବାରେ ବିଳମ୍ବ ଘଟିଲା । ଫଳରେ ଗୋକୁଳଙ୍କ ଜୀବନ ଚାଲିଗଲା ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button