ରାଜ୍ୟ
ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ ସେଲ୍’ର ଘୋଷଣା, ୧୮ ତାରିଖ ପର୍ଯ୍ୟନ୍ତ ରିହାତି ଉପଲବ୍ଧ
ଭୁବନେଶ୍ୱର,୧୫/୦୮: ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ ସେଲ୍’ର ଘୋଷଣା କରାଯାଇଛି । ଏ ଅବସରରେ ଗ୍ରାହକ ସମସ୍ତ ରିଲାଏନ୍ସ ଡିଜିଟାଲ ଏବଂ ମାଇଁ ଜିଓ ଷ୍ଟୋରଗୁଡ଼ିକରେ ଆକର୍ଷଣୀୟ ଅଫର୍ ପାଇପାରିବେ । ସମସ୍ତ ଇଲେକ୍ଟ୍ରୋନିକ୍ସ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଉପଲବ୍ଧ । ସହଜ ଇଏମ୍ଆଇ ବିକଳ୍ପ ସହିତ ସୁବିଧାଜନକ ଫାଇନାନ୍ସ ବ୍ୟବସ୍ଥା ରହିଛି ।
ଅଗଷ୍ଟ ୧୮ ଯାଏ ଏହି ସେଲ୍ ଚାଲିବ ।
ଏ ଅବସରରେ ମାତ୍ର ୨୯,୯୯୦ ଟଙ୍କାରୁ ୫୫ ଇଞ୍ଚ୍ ୟୁଏଚ୍ଡି ଟିଭି ଆରମ୍ଭ । ମାତ୍ର ୪୭,୬୦୦ ଟଙ୍କାରେ ଆଇଫୋନ୍ ୧୩, ୬୩,୬୦୦ ଟଙ୍କାରେ ନୂଆ ଆଇଫୋନ୍ ୧୫ ଉପଲବ୍ଧ ଥିବାବେଳେ ୩୯,୯୯୯ ଟଙ୍କାରୁ ଇଣ୍ଟେଲ୍ କୋର୍ ଆଇ୫ ଲାପ୍ଟପ୍ ଆରମ୍ଭ । ୪୮,୯୯୦ ଟଙ୍କାରେ ସାଇଡ୍ ବାଏ ସାଇଡ୍ ରେଫ୍ରିଜରେଟର, ମାତ୍ର ୧୯,୯୯୦ ଟଙ୍କାରେ ଟପ୍ ଲୋଡ୍ ୱାଶିଂ ମେଶିନ୍ ରହିଥିବା ଜଣାପଡ଼ିଛି ।