ରାଜ୍ୟ

ନଭେମ୍ବର ୨୬ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଆଜିର ଦିନରେ ଜନ୍ମ ଜାତକର ମୂଲ୍ୟାଙ୍କ ୮। ଏହି ଅଙ୍କ ଶନିଙ୍କର ବୋଲି ମଧ୍ୟ କୁହାଯାଇଥାଏ। ଆଜିର ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ବହଚତ ଗମ୍ଭୀର, ପରୋପକାରୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଜୀବଦନରେ ସଫଳତା ହାସଲ କରିବା ପାଇଁ ଲୋକମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ। ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନଙ୍କ ପାଖରେ ଧନକୁ ଏକତ୍ରିତ କରିବାର କଳା ରହିଥାଏ ଏବଂ ସେମାନେ ଅଯଥା ଟଙ୍କା ଖର୍ଚ୍ଚ କରିବା ପାଇଁ ପସନ୍ଦ କରିନଥାନ୍ତି। ନିଜର କଥାକୁ ମଧ୍ୟ ଅନ୍ୟ କାହା ଆଗରେ ଜଲଦି ସେୟାର କରି ନଥାନ୍ତି। ତେବେ ଜାଣନ୍ତୁ ୨୬ ନଭେମ୍ବରରେ ଜନ୍ମ ହୋଇଥିବା ଲୋକମାନଙ୍କ ପାଖରେ ଅନ୍ୟ କେଉଁ ଗୁଣ ରହିଥାଏ ଏବଂ ସେମାନେ କେଉଁ ଦିଗରେ ସେମାନେ କ୍ୟାରିୟର କରିବାକୁ ଇଛା କରିଥାନ୍ତି ଜାଣନ୍ତୁ। ଏହାବ୍ୟତୀତ ଜାଣନ୍ତୁ ଆଜିର ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିିମାନଙ୍କର ଆସନ୍ତା ବର୍ଷ କିପରି ରହିବ।

birthday-ଶୁଭ ତାରିଖ: ୮, ୧୭, ୨୬

ଶୁଭ ଅଙ୍କ: ୮, ୧୭, ୨୬, ୩୫, ୪୪

ଇଷ୍ଟ ଦେବତା: ହନୁମାନ, ଶନି ଦେବ, ଭଗବାନ ଗଣେଶ

ଶୁଭ ରଙ୍ଗ: କଳା, ନୀଳ, ବାଇଗଣୀ

-ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନେ ଅଧିକା ଭାବୁକ ହୋଇଥାନ୍ତି। ଏମାନେ ନିଜ କଥାରେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିପାରିଥାନ୍ତି। ଏହି ଲୋକମାନେ ଅନ୍ୟର ଭାବନାକୁ ସମ୍ମାନ ଦେଇଥାନ୍ତି। ଏଭଳି ଲୋକମାନେ ଅଧିକାଂଶ ସମୟରେ ଧୋକାର ସିକାର ହୋଇଥାନ୍ତି। ଏହି ଲୋକମାନଙ୍କ ସହ ପ୍ରତ୍ୟେକ ବ୍ୟକ୍ତି ଆତ୍ମ ସନ୍ତୋଷ ଲାଭ କଲାଭଳି ଅନୁଭବ କରିଥାନ୍ତି। ଆଜିର ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ବୈବାହିକ ଜୀବନ ଭଲରେ କଟିଥାଏ। କିନ୍ତୁ ଏମାନେ ସ୍ୱଭାବରେ ଅଳ୍ପ ଜିଦ୍‌ ଖୋର୍‌ ହୋଇଥାନ୍ତି।

birthday26-ଆପଣଙ୍କ ଭାଗ୍ୟ ଅନେକ ଥର ଆପଣଙ୍କ ସାଥ୍‌ ଦେଇନଥାଏ। ଏହିକାରଣରୁ ଭାଗ୍ୟକୁ ଚମକଦାର କରିବା ପାଇଁ ଆପଣ ପ୍ରତିଦିନ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ। ଏହାବ୍ୟତୀତ ଶନିବାର ଦିନ ଗରବଙ୍କ ସହାୟତା କରନ୍ତୁ।

-ଆପଣଙ୍କର କିଡିନ୍‌ ସମସ୍ୟା, ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା, ରକ୍ତ ସମ୍ବନ୍ଧିତ ରୋଗ ହେବାର ପ୍ରବଳ ସମ୍ଭାବନା ରହିଥାଏ। ଆପଣ ଲିଭର, ଉଦର ଆଦି ସମ୍ବନ୍ଧିତ ରୋଗରେ ପିଡୀତ ହୋଇପାରନ୍ତି। ଆପଣ ଆମିଷ ଏବଂ ମଧ୍ୟପାନ କରିବା ଅନୁଚିତ।

-ଆପଣଙ୍କୁ ଉଚ୍ଚ ଶିକ୍ଷା ପାଇଁ କଠିନ ସଂଘର୍ଷ କରିବାକୁ ହେବ। ଅନେକ ଥର ଇଛାଶକ୍ତି ଅଭାବରୁ ମଧ୍ୟ ଆପଣଙ୍କ ଶିକ୍ଷା ଅଧାରେ ରହିଯାଇଥାଏ। କିନ୍ତୁ ମନବଳ ଦୃଢ ଥିଲେ ଆପଣ ନିଶ୍ଚୟ ଟେକ୍ନିକାଲ ତଥା ଉଚ୍ଚଶିକ୍ଷା ପ୍ରାପ୍ତ କରିପାରିବେ।

-ଆସନ୍ତା ବର୍ଷ ଆପଣ ନିଜ କାର୍ଯ୍ୟରେ ସଫଳତା ହାସଳ କରିପାରିବେ। ଜୀବନ ସାଥୀଙ୍କ ସାଥ୍‌ ପାଇପାରିବେ। ଅଟକି ରହିଥିବା କାମ ପୂରଣ ହେବାର ସମ୍ଭାବନା ରହିଛି। କିଛି ନୂଆ କାମ ମଧ୍ୟ ଆରମ୍ଭ କରିପାରନ୍ତି। କିନ୍ତୁ ସ୍ୱାସ୍ଥ୍ୟ ସାମାନ୍ୟ ଦୁର୍ବଳ ହୋଇପାରେ। ଖାଦ୍ୟ-ପାନୀୟରେ ବିଶେଷ ଧ୍ୟାନ ରଖନ୍ତୁ। ଶାନ୍ତ ରହିବା ଦ୍ୱାରା ଆପଣ ନିଜ କାର୍ଯ୍ୟରେ ସଫଳତା ହାସଲ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button