IBN ଓଡ଼ିଶା ବ୍ୟୁରୋ

ଅମାବାସ୍ୟାରେ ଆପଣ ଯାହା ମାଗିବେ ସବୁ ହେବ ପୂର୍ଣ୍ଣ, କେବଳ କରିବାକୁ ହେବ ସହଜ ଉପାୟ

ସବୁ ମାସରେ ଦୁଇଟି ପକ୍ଷ ଥାଏ, ଗୋଟିଏ ହେଉଛି ପୂର୍ଣ୍ଣିମା ଏବଂ ଅନ୍ୟଟି ହେଉଛି ଅମାବାସ୍ୟା। ଏହି ଦୁଇ ଦିନର ଜ୍ୟୋତିଷ ଶାସ୍ତ୍ରରେ ବହୁତ ବଡ ମହତ୍ତ୍ୱ ରହିଛି। ଏମିତି ମାନ୍ୟତା ରହିଛି ଯେ ଏହି ଦିନରେ କରାଯାଇଥିବା ସମସ୍ତ ଶାସ୍ତ୍ରୀୟ କାମ ଶୀଘ୍ର ଫଳପ୍ରଦ ହୋଇଥାଏ। ଆଜି ମାର୍ଗଶୀର ଅମାବାସ୍ୟା ଏବଂ ଆଜି ମଙ୍ଗଳବାର। ଏଥିପାଇଁ ମଙ୍ଗଳବାର ପଡୁଥିବା ଅମାବାସ୍ୟାକୁ ଭୌମବତୀ ଅମାବାସ୍ୟା କୁହାଯାଏ। ଏହି ଦିନରେ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଅମାବାସ୍ୟା ଦିନ କରାଯାଉଥିବା କିଛି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

-ଅମାବାସ୍ୟା ଦିନ ଅଟାର ଛୋଟ ଛୋଟ ଗୋଲା ବନାଇ ପାଣିରେ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ପୁଣ୍ୟ ମିଳିବ ଏବଂ ଘରେ ଧନର ଆଗମନ ହେବ। ଏହି କାମ ଯଦି ଆପଣ ଘରର ପିଲାଙ୍କ ଦ୍ୱାରା କରାନ୍ତି ତ ଏହାର ଫଳ ଅଧିକ ଲାଭବାନ ହୋଇଥାଏ।

hanuman-ଅମାବାସ୍ୟା ଦିନ ସକାଳୁ ଉଠି, ସ୍ନାନ ଆଦି କରି ହନୁମାନଙ୍କର ପାଠ କରି ଲଡୁ ଅର୍ପଣ କରନ୍ତୁ। ଯଦି ପାଠ ନ କରନ୍ତି ତେବେ ହନୁମାନଙ୍କ ବୀଜ ମନ୍ତ୍ର ଜପ କରିପାରିବେ। ପୂଜା ସମୟରେ ଆପଣ ହନୁମାନଙ୍କୁ ଚମେଲୀ ତେଲର ଦୀପ ମଧ୍ୟ ଜଳାଇପାରିବେ।

-ଘରେ ପୂଜା କରିବା ବ୍ୟତୀତ ମନ୍ଦିର ମଧ୍ୟ ଯାଇପାରିବେ। ଏହି ଦିନ ଯାଇ ମନ୍ଦିରରେ ଅନ୍ନ ଦାନ କରନ୍ତୁ। ଏହାକୁ ସବୁଠାରୁ ବଡ ପୂଣ୍ୟ ବୋଲି କୁହାଯାଏ। ଯଦି ଏହାକୁ ଅମାବାସ୍ୟା ଦିନ କରାଯାଏ ତେବେ ଏହା ଆହୁରି ମଧ୍ୟ ଶୁଭ ହୋଇଥାଏ।

-ଅମାବାସ୍ୟା ଦିନ ଶନିଦେବଙ୍କୁ ତେଲ ଦାନ କରନ୍ତୁ। ଏହା ସହିତ କଳା ରାଶି ଏବଂ ଲୁହା ମଧ୍ୟ ଦାନ କରିପାରିବେ।

-ଯଦି ସମ୍ଭବ ହେଉଛି ତେବେ ଏହି ଦିନରେ ପବିତ୍ର ନଦୀରେ ସ୍ନାନ କରନ୍ତୁ କିମ୍ବା ଗଙ୍ଗା ଜଳରେ ସ୍ନାନ କରନ୍ତୁ, ଏହାଦ୍ୱାରା ଅଧିକ ପୁଣ୍ୟ ଲାଭ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button