IBN ଓଡ଼ିଶା ବ୍ୟୁରୋ

ସ୍ୱପ୍ନରେ ବଜରଙ୍ଗବଲୀଙ୍କୁ ଦେଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏଭଳି ଏକ ଉପାୟ ରହିଛି ଯାହା ଦ୍ୱାରା ଭଗବାନ ବଜରଙ୍ଗବଲୀ ସ୍ୱପ୍ନରେ ଆସି ସାଧକଙ୍କ ମନୋସ୍କାମନା ପୂରଣ ହେବାର ଆଶୀର୍ବାଦ ଦେଇଥାନ୍ତି। ଏହି ଉପାୟକ ଆପଣ ହନୁମାନ ଜୟନ୍ତୀ କିମ୍ବା ଅନ୍ୟ କୌଣସି ଶୁଭଦିନରେ ଆରମ୍ଭ କରିଲେ ବିଶେଷ ଫଳ ପ୍ରାପ୍ତି କରିପାରିବେ। ତେବେ ଜାଣନ୍ତୁ ଏହି ଉପାୟ କିପରି କରାଯାଇଥାଏ ଏବଂ ଏହାକୁ କରିବାରେ କେଉଁ କେଉଁ ସାବଧାନତା ଅବଲମ୍ବନ ରଖିବା ଉଚିତ।

-ଏହି ଉପାୟ କରିବା ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଅନିବାର୍ଯ୍ୟ। ଏହାବ୍ୟତୀତ ନଖ କାଟିବା, ଚୁଟି କାଟିବା ବା ସେଭିଂ ହେବା ଅନୁଚିତ। ମଦ୍ୟପାନ ଏବଂ ଆମିଷ ଭୋଜନ କରିବା ଅନୁଚିତ।

Hanuman-ଅନୁମାନ ଜୟନ୍ତୀ କିମ୍ବା ଅନ୍ୟ କୌଣସି ଶୁଭ ଦିନରେ ସ୍ନାନ ସାରି ଏକ ପାତ୍ରରେ ଜଳ ନେଇ ହନୁମାନ ମନ୍ଦିର ଯାନ୍ତୁ। ସେହି ଜଳରେ ହନୁମାନଙ୍କ ପ୍ରତିମାଙ୍କୁ ସ୍ନାନ କରାନ୍ତୁ। ପ୍ରଥମ ଦିନ ଗୋଟିଏ ଦାନା ବିରି ଡାଲି ଭଗବାନ ବଜରଙ୍ଗବଲୀଙ୍କ ମୁଣ୍ହ ଉପରେ ରଖି ୧୧ ଥର ପରିକ୍ରମା କରନ୍ତୁ।

-ପରିକ୍ରମା ପରେ ଆପରଙ୍କ ଇଛା ହନୁମାନଙ୍କ ନିକଟରେ ପ୍ରକାଶ କରନ୍ତୁ ଏବଂ ସେହି ବିରି ଡାଲିକୁ ନେଇ ଆସି ଏକ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତୁ।

-ଦ୍ୱିତୀୟ ଦିନ ଠାରୁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବିରି ଡାଲି ବଢାନ୍ତୁ ଏବଂ ଏଭଳି ପରିକ୍ରମା କରନ୍ତୁ। ଏହି ଉପାୟ ୪୧ ଦିନ ପର୍ଯ୍ୟନ୍ତ କରନ୍ତୁ।

-୪୨ ଦିନ ଠାରୁ ସେହି ବିରି ଡାଲି ଅର୍ପଣ କରିବାର ଗୋଟିଏ ଗୋଟିଏ ଦାନା କମାଇ ଦିଅନ୍ତୁ।

hanuman lord-୮୧ ଦିନ ଏହି ଉପାୟ ପୂରଣ ହେବା ପରେ ବଜରଙ୍ଗବଲୀ ନିଶ୍ଚୟ ସ୍ୱପ୍ନରେ ଦର୍ଶନ ଦେବା ସହ ସାଦକଙ୍କ ମନସ୍କାମନା ପୂରଣ ହେବାର ଆଶୀର୍ବାଦ ମଧ୍ୟ ଦେଇଥାନ୍ତି।

-ଏହି ଉପାୟ କରିବା ସମୟରେ ଆପଣ ଯେତିିକି ବିରି ଡାଲି ଭଗବାନ ହନୁମାନଙ୍କୁ ଅର୍ପଣ କରିଥିଲେ ସେହି ଡାଲିକୁ କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button