IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଅଖରୋଟ ଭଲ ଅଛି ନା ଖରାପ? କିଣିବା ବେଳେ ଜାଣନ୍ତୁ କେମିତି ଚିହ୍ନିବେ

ଶରୀରରେ ଭିଟାମିନ ଇ ର ଅଭାବ ପରିଲକ୍ଷିତ ହେଉଥିଲେ ଅଖରୋଟ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଭିଟାମିନ ଇ ର ମୁଖ୍ୟସ୍ରୋତ ଭାବେ ଏହା ପରିଗଣିତ ହୋଇଥାଏ। ନିୟମିତ ଅଖରୋଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଦୃଷ୍ଟି ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟ କରେ। ଅଖରୋଟରେ ପ୍ରଚୁର ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ, ଫାଇବର, ମିନେରାଲ, ଭିଟାମିନ ଆଦି ଅନେକ ପୋଷାକ ତତ୍ତ୍ୱ ଭରି ରହିଥାଏ। ଏହା ମାନସିକ ଚିନ୍ତା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ।
ଆଜିକାଲି ବଜାରରେ ସବୁ ଜିନିଷରେ ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳୁଛି। ବଜାରରେ ଏମିତି ଅନେକ ଫଳ ରହିଛି ଯାହା ଅସଲି କି ନକଲି ଚିହ୍ନିବା ବେଳେ ଆମେ ଠକାମିର ଶିକାର ହେଇଥାଉ। ଖାସ କରି ଅଖରୋଟ କିଣିବା ବେଳେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଅସଲି ଅଖରୋଟ ଚିହ୍ନିବାର କେତେକ ସହଜ ଉପାୟ…

- ଅଖରୋଟ କିଣିବା ବେଳେ ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ସବୁବେଳେ ହାଲକା ବ୍ରାଉନ ରଙ୍ଗର ଅଖରୋଟ କିଣନ୍ତୁ।
- ଅଖରୋଟ ସବୁବେଳେ ବଡ଼ ଆକାରର କିଣନ୍ତୁ, ଏହା ଖାଇବାକୁ କ୍ରିସପି ଲାଗିଥାଏ।
- ଚୋପାଲଗା ଅଖରୋଟ କିଣିବା ବେଳେ ପ୍ରଥମେ ଏହାକୁ ହଲାନ୍ତୁ,ଯଦି ଶବ୍ଦ ନ ଆସୁଛି ତେବେ କିଣନ୍ତୁ।

- ଅଖରୋଟର ଭିତର ରଙ୍ଗ କଳା ପଡ଼ିଯାଇଥିଲେ, ତାହାକୁ ବିଲକୁଲ କିଣନ୍ତୁ ନାହିଁ।
- ମାର୍କେଟରେ ଅଖରୋଟ କିଲୋ ୭୦୦ରୁ ୧୦୦୦ଟଙ୍କାରେ ଉପଲବ୍ଧ ହେଉଛି। ଯଦି ଏହାଠୁ କମ ଦାମରେ କେହି ଦେଉଛି ତେବେ ଆଦୌ କିଣନ୍ତୁ ନାହିଁ।
- ସବୁବେଳେ ଓଜନିଆ ଅଖରୋଟ କିଣନ୍ତୁ।




