IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ, ଅଧା ରାସ୍ତା ରେ ହାତ ଛାଡି ଚାଲିଗଲା ଧୋକାବାଜ ମାଲିକ! ଏବେ ଗାଁ ଗାଁ ବୁଲି ନିଜ ମାଲିକକୁ ଖୋଜୁଛି ନିରୀହ ବୁଢା ଓଟ, ଆଖିରେ ଲୁହ ଆସିଯିବ ଦେଖି ଏହି ଦୃଶ୍ୟ, ଦେଖନ୍ତୁ video

ଆଜି ଯଦି ଓଟ କଥା କହିପାରୁ ଥାନ୍ତା ତେବେ ନିଶ୍ଚୟ କିଛି କହିପାରି ଥାନ୍ତା । କାରଣ ଯିଏ ଜୀବନ ସାରା ରୋଜଗାର ଦେଉଥିଲା ଆଜି ସେ ବୁଢା ହେବା ପରେ ମାଲିକ ତାକୁ ଅଧା ରାସ୍ତା ରେ ଛାଡି ଦେଲା । ବୟସ ଅଧିକ ହେବାରୁ ଓଟ କଣ ଖାଇବା କେମିତି ଖାଇବ । ସେ ଚିନ୍ତାରେ ଗାଁ କୁ ଗାଁ ଗଳି ଗଳି କୁ ବୁଲୁଛି ଓଟ ଟି । ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ଅଧା ରାସ୍ତା ରେ ହାତ ଛାଡି ଚାଲିଗଲା ଧୋକାବାଜ ମାଲିକ ।

ମାଲିକ ଛାଡି ଦେବା ପରେ ଏମିତି ଡାଳ ପତ୍ର ଖାଇ ଓଟ ଟି ଦୟନୀୟ ଅବସ୍ଥାରେ ବଞ୍ଚୁଛି ଓଟ ଟି । ଏ ଓଟ କୁ ଦେଖିବା ପରେ ଦର୍ଶକ ବନ୍ଧୁ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ଓଟ ର ମାଲିକ କୁଆଡେ ଗଲା ? ଏ ଅବସ୍ଥାରେ ମାଲିକ ଓଟ କୁ ଛାଡି କାହିଁକି ଚାଲିଗଲା । ଏଠାରେ କହି ରଖୁଚୁ ଦର୍ଶକ ବନ୍ଧୁ ବୁଢା ହେଲା ପରେ ଓଟ ଊ ଛାଡି ଚାଲିଗଲା ମାଲିକ । ମାଲିକ କୁ ଖୋଜି ଖୋଜି ଆଉ ପାଇଲା ନାହି ।

ସେଥିପାଇଁ ଏମିତି ଗଳି ଗଳି ବୁଲି ନିଜ ମାଲିକ କୁ ଖୋଜିବା ସହ ଜୀବନ ବଞ୍ଚାଇବା ଲାଗି ଡାଳ ପତ୍ର କୁ ଚୋବାଇ ଦେଉଛି ଓଟ ଟି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିନେ କି ଦୁଇ ଦିନ ଆଜିକୁ 15 ଦିନ ହେବ ଓଟ ଟି ମନେ ମନେ ତାର ମାଲିକ କୁ ଖୋଜୁଛି । ଢେଙ୍କାନାଳ ବରପଡା ବଉଳପୁର ଗାଁ ରେ ଏହି ଓଟ କୁ ନେଇ ଆସିଥିଲା ଜଣେ ମାଲିକ ।

ଦିନେ ଦୁଇ ଦିନ ଧରି ଓଟ କୁ ଧରି ବୁଲାବୁଲି କରିବା ପରେ ହଠାତ ତାକୁ ଛାଡି କୁଆଡେ ପଳାଇ ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ମାଲିକ କୁ ଖୋଜି ଖୋଜି କେନାଲରେ ପଡି ଓଟ ର ନାକ ଓ ଅନ୍ୟ କିଛି ସ୍ଥାନରେ କ୍ଷତ ସୃଷ୍ଟି ହେଲାଣି । ହେଲେ ମାଳିକାର ଦେଖା ନାହି । ବୟସ ଅଧିକ ହେବାରୁ କୁଆଡେ ଯାଇ ନ ପାରିବାରୁ ଏହି ଗାଁ କୁ ସୁରକ୍ଷିତ ସ୍ଥାନ ଭାବେ ଭାବି ପଡି ରହକିହି ଓଟ ଟି ।

ଦର୍ଶକ ବନ୍ଧୁ ଏ ପ୍ରଥମ ନୁହେଁ ବରଂ ପୂର୍ବ ରୁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ଏହି ଘଟଣା ଦେଖିବାକୁ ମିଳିଛି । ନିଜର ସ୍ଵାର୍ଥ ସାଧନ ହେବା ପରେ ମଣିଷ ଏମିତି ଏକା ଛାଡି ଚାଲି ଯାଉଛି ପଶୁ ଙ୍କୁ । ଆଉ ସେହି ସମୟ କେତେ କଷ୍ଟଦାୟକ ତାହା ଓଟ ଟି ବେସ ଅନୁଭବ କରିପାରୁ ଥିବ । ଜିଲ୍ଲା ପ୍ରଶାନ ପକ୍ଷ ରୁ ଓଟ କୁ ସେବା ଯୋଗାଇ ଦେବା ସହ ସେ କେମିତି ତୁରନ୍ତ ସୁସ୍ଥ ହେବ ସେ ନେଇ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button