IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତୁଳସୀ ପତ୍ର(Basil leaves) ଖାଇବା ଦ୍ଵାରା ମୂଳରୁ ଶେଷ ହୁଏ ଏହି ସବୁ ଗମ୍ଭୀର ରୋଗ, Healthy Tips

ତୁଳସୀ ପତ୍ରର ବ୍ୟବହାର ବହୁ ପୁରାତାନ କାଳରୁ ଅନେକ ପ୍ରକାରର ରୋଗ ଭଲ କରିବା ପାଇଁ ହୋଇ ଆସୁଛି । ଆୟୁର୍ବେଦିକ ରେ ତୁଳସୀର ବ୍ୟବହାର ବିଭିନ୍ନ ପ୍ରକାରର ଔଷଧ ତିଆରି କରିବା ପାଇଁ ବ୍ୟବହାର କର ଯାଇଥାଏ । ତୁଳସୀ ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଆମ ଶରୀର ପାଇଁ ଆଣ୍ଟି-ବ୍ୟାକ୍ଟେରିୟାଲ, ଫଙ୍ଗଲ ଓ ଏସିଡ ର କାମ କରିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀ ପତ୍ରର କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣଙ୍କୁ ତରଳ ଝାଡା ହେଉଛି ତେବେ ତୁଳସୀ ପତ୍ର କୁ ଛେଚି ସେଥିରେ ମହୁ ଓ ଜୀରା ପାଉଡର ମିଶାଇ ଏହାର ସେବନ କରିଲେ ଲାଭଦାୟକ ହୋଇଥାଏ । ବାରମ୍ବାର ବାନ୍ତି ହେଉଥିଲେ ତୁଳସୀ ରସରେ ଅଦା ରସ ମିଶାଇ ଏହାର ସେବନ କରିଲେ ଏଥିରେ ଆରାମ ମିଳିଥାଏ ।

୨- ତୁଳସୀ ପତ୍ରରେ ଥିବା ପୋଷକ ତତ୍ତ୍ଵ କ୍ୟାନସର କୋଷକୁ ରୋକୀ ଦେଇଥାଏ । ପ୍ରତି ଦିନ କିଛି ତୁଳସୀ ପତ୍ର ଖାଇଲେ ଶରୀରରେ କ୍ୟାନ୍ସର କୋଷର ବୃଦ୍ଧି ହୁଏ ନାହି ।

୩- ତୁଳସୀ ପତ୍ରର ସେବନ କରିଲେ ସବୁ ପ୍ରକାରର ଜ୍ଵର ଭଲ ହେବାରେ ସହାୟକ ହୋଇଥାଏ । ଯେମିତି ମ୍ୟାଲେରିଆ, ଟାଇଫଏଡ ବା ଇନଫେକସନ ହୋଇଥିବା ଜ୍ଵର ତୁଳସୀ ପତ୍ର ଖାଇଲେ ଭଲ ହୋଇଯାଏ । ଏହା ସହ ତୁଳସୀ କାଢାର ସେବନ କରନ୍ତୁ । ଏଥିପାଇଁ ଗୋଟେ କପ ପାଣିରେ ୧୦ଟି ତୁଳସୀ ପାତ୍ର ପକାଇ ଅଧ କପ ହେବା ଯାଏଁ ଫୁଟାନ୍ତୁ । ଏଥିରେ ମହୁ ମିଶାଇ ସେବନ କରିଲେ ଜ୍ଵର ଭଲ ହୋଇଯାଏ ।

୪- ଯଦି ଆପଣ ଶ୍ଵାସ ରୋଗରେ ପୀଡିତ ଅଛନ୍ତି ତେବେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳୁ ୪ଟି ତୁଳସୀ ସହ ସହ କଳା ଲୁଣ ମିଶାଇ ଖାଇଲେ ଶ୍ଵାସ ରୋଗ ସହ ଜଡିତ ସମସ୍ଯା ଦୂର ହୋଇଥାଏ ।

୫- ଡାଇବେଟିସ ରୋଗୀ ତୁଳସୀ ପତ୍ର ର ସେବନ ପ୍ରତିଦିନ କରିଲେ ଏହା ସୁଗାର ଲେବାଲ କଣ୍ଟ୍ରୋଲ କରିଥାଏ । ତେଣୁ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ ।

୬- ଯଦି ଥଣ୍ଡା, କାସ ହେଉଥାଏ ତେବେ ତୁଳସୀ ପତ୍ରକୁ ଅଦା ସହ ଚୋବାଇ ଖାଇଲେ ଏହା ଦୂର ହୋଇଥାଏ । ତୁଳସୀ ପତ୍ର ଖାଇବା ଦ୍ଵାରା ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।

୭- ମାନସିକ ଚାପରେ ରହିଥିଲେ ତୁଳସୀ ପତ୍ର ସେବନ ବହୁତ ଲାଭଦାୟକ ହୋଇଥାଏ । ଏହା ସହ ଶରୀରରେ ରକ୍ତର ସଂଚାର ଠିକ ଭାବେ କରିଥାଏ ।

୮- ଯଦି କାନ ସମସ୍ଯା ରହିଥାଏ ତେବେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ଯଦି ଠିକ ଭାବେ ଶୁଣାଯାଉ ନାହି ବା କାନ ବୋହୁଥାଏ ତେବେ ତୁଳସୀ ରସରେ କର୍ପୁର ମିଶାଇ କାନରେ ପକାଇଲେ କାନ ସମସ୍ଯା ଦୂର ହୋଇଥାଏ ।

୯- କିଡନିରେ ଷ୍ଟୋନ ହୋଇଥିଲେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ରକ୍ତରେ ୟୁରିକ ଏସିଡର ପ୍ରଭାବକୁ କମ କରିଥାଏ ତୁଳସୀ ପତ୍ର । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button