IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତିକି ଆମିଷ ଅପେକ୍ଷା ଏହି ନିରାମିଷ ଖାଦ୍ୟ ଗୁଡିକରେ ଅଧିକ ପ୍ରୋଟିନ ଥାଏ

କିଛି ଲୋକ ସ୍ୱାଦ ପାଇଁ ଆମିଷ ଭୋଜନ କରୁଥିବା ବେଳେ କିଛି ଲୋକ ଶରୀରର ପ୍ରୋଟିନ ମାତ୍ରା ପୂରଣ କରିବା ପାଇଁ ଆମିଷ ଭୋଜନ କରିଥାନ୍ତି ।  କିଛି ଜଣଙ୍କୁ ତ ଆମିଷ ଖାଇବା ଏତେଟା ପସନ୍ଦ ନ ଥିବା ବେଳେ ବାଧ୍ୟ ହୋଇ ଏହାର ସେବନ କରିଥାନ୍ତି ।  ଆମିଷ ଏତେଟା ଯଦି ଆପଣ ବି ପ୍ରୋଟିନ ପାଇଁ ହିଁ ଆମିଷ ଭୋଜନ କରୁଛନ୍ତି ତେବେ ଜାଣି ରଖନ୍ତୁ ଆମିଷ ଅପେକ୍ଷା କେତେକ ନିରାମିଷ ଖାଦ୍ୟରେ ବି ପ୍ରୋଟିନର ପରିମାଣ ଅଧିକ ରହିଥାଏ ।  ତେବେ ଚାଲନ୍ତୁ ନଜର ପକାଇବା ପ୍ରୋଟିନ ଯୁକ୍ତ କିଛି ସାକାହାରୀ ଖାଦ୍ୟ ଗୁଡିକ ଉପରେ:

କୋବି:

ଅଣ୍ଡାରେ ୧୮ ପ୍ରତିଶତ ପ୍ରୋଟିନର ମାତ୍ରା ଥିବା ବେଳେ କୋବିରେ ୪୦ ପ୍ରତିଶତ ପ୍ରୋଟିନ ରହିଥାଏ ।  ତେବେ ଭାବନ୍ତୁତ ଅଣ୍ଡା ଖାଇବା ଲାଭକାରୀ ନା କୋବି ଖାଇବା ଅଧିକ ଲାଭକାରୀ ।

spinach

ପାଳଙ୍ଗ:

ଆମିଷ ଖାଦ୍ୟ ତୁଳନାରେ ପାଳଙ୍ଗ ଖାଦ୍ୟରେ ୪୯ ପ୍ରତିଶତ ଅଧିକ ପ୍ରୋଟିନ ଥିବା ଏକ ଗବେଷଣାରୁ ଜଣାଯାଇଛି ।  ଏହା ସହ ଏହା ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ମଧ୍ୟ ବାଲାନ୍ସ ରହିଥାଏ ।

ବ୍ରୋକୋଲି:

ବର୍ତ୍ତମାନ ମାର୍କେଟରେ ସହଜରେ ଉପଲବ୍ଧ ହେଉଥିବା ବ୍ରୋକୋଲିରେ ପ୍ରାୟ ୪୫ ପ୍ରତିଶତ ପ୍ରୋଟିନ ଥିବା ବେଳେ ଚିକେନରେ ମାତ୍ର ୨୩ ପ୍ରତିଶତ ପ୍ରୋଟିନ ରହିଛି ।

kabuli chana

କାବୁଲି ଚଣା:

ମାତ୍ର ୨ ଚାମଚ କାବୁଲି ଚଣାରେ ଅଣ୍ଡା ତୁଳନାରେ ୬ ପ୍ରତିଶତ ଅଧିକ ପ୍ରୋଟିନ ରହିଥାଏ ।  ଯଦି ଆପଣ ସକାଳେ ଉଠି ଖାଲି ପେଟରେ ଗୋଟେ ମୁଠା ଭିଯାଯାଇଥିବା କାବୁଲି ଚଣା ଖାଇବେ ତ ଆପଣଙ୍କୁ ଦିନସାରା ଅନ୍ୟ କୌଣସି ପ୍ରୋଟିନ ଯୁକ୍ତ ଖାଦ୍ୟର ସେତେଟା ଆବଶ୍ୟକତା ପଡିବ ନାହିଁ ।

ସୋୟା:

ଅଣ୍ଡା ଖାଇବା ଅପେକ୍ଷା ସୋୟା ଖାଇବା ଦ୍ୱାରା ଶରୀରକୁ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ ।  କାରଣ ଅଣ୍ଡା ତୁଳନାରେ ସୋୟାରେ ୧୫ ପ୍ରତିଶତ ଅଧିକ ପ୍ରୋଟିନ ମହଜୂତ ଥାଏ ।

ଏସବୁ ବ୍ୟତୀତ ଦୁଧ, ଦହି, ପନିର ଓ ଦେଶୀ ଘିଅରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ ।  ତେବେ ନିଜ ଖାଦ୍ୟ ତାଲିକାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ ଓ ଏକ ସୁସ୍ଥ ଜୀବନ ଯାପନ ଅତି ବାହିତ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button