IBN ଓଡ଼ିଶା ବ୍ୟୁରୋ

ଆରପାରିରେ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର – ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଯାଇଛି। ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି । ଶନିବାର ରାତି ୧୧ ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି ।ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ ହୃଦୟବାନ ମଣିଷ । ଦୀର୍ଘ ୨୦ ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରକ ଯୋଗାଇ ଆସିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି । ପ୍ରତ୍ୟେକଙ୍କ ସହ ତାଙ୍କର ସମ୍ପର୍କ ବି ବହୁତ ନିବିଡ଼ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button