ଦେଶ

ବିଶ୍ୱକପ୍‌ ଫାଇନାଲ୍‌ ଫିଭର୍‌: ବେଙ୍ଗାଲୁରୁରୁ ଅହମଦାବାଦ ୱାନ୍ ୱେ ଉଡ଼ାଣ ପାଇଁ ଟିକେଟ୍‌ ଦାମ୍‌ ୩୩,୦୦୦ ଟଙ୍କା – Ibnodisha

[ad_1]

ବ୍ୟୁରୋ : ଆରମ୍ଭ ହୋଇଗଲାଣି ବିଶ୍ୱକପ୍‌ କ୍ରିକେଟ୍ ଫାଇନାଲ ଫିଭର୍। ଯଦି ଆପଣ ନଭେମ୍ବର ୧୯ରେ ଅହମଦାବାଦରେ କ୍ରିକେଟ୍‌ ଫାଇନାଲ୍‌ ଦେଖିବା ପାଇଁ ଟିକେଟ୍‌ ବୁକ୍‌ କରି ନାହାନ୍ତି, ତା’ ହେଲେ ଆପଣଙ୍କୁ ଆକାଶଛୁଆଁ ଦାମ୍‌ରେ ଟିକେଟ୍‌ କିଣିବାକୁ ପଡ଼ିପାରେ। ଫାଇନାଲ ମ୍ୟାଚ୍ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ବଢ଼ିଛି। ଯେଉଁ ୱାନ୍ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା, ତାହା ଏବେ ୩୦ ହଜାରରୁ ଅଧିକ ଟଙ୍କା ହୋଇଛି। ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍‌ ଫାଇନାଲ ମ୍ୟାଚ। ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି। ତେଣୁ ବିମାନ ଟିକେଟର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଯେଉଁ ଟିକେଟ୍‌ର ଦାମ୍‌ ବେଙ୍ଗାଳୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା, ତାହା ବର୍ତ୍ତମାନ ୩୩ ହଜାର ଟଙ୍କା ହୋଇଛି। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିମାନର ଟିକେଟ୍ ଭଡ଼ା ଏହିପରି ରହିଛି। ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ରହିଛି ୨୮ ହଜାର ୭୭୮ ଟଙ୍କା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button