ଦେଶ

ପାଲେଷ୍ଟାଇନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ – Ibnodisha

[ad_1]

ନୂଆଦିଲ୍ଲୀ : ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ଭାରତ ଆଜି ଦ୍ବିତୀୟ ପର୍ଯ୍ୟାୟ ମାନବିକ ସହାୟତା ଅଧୀନରେ ବିଭିନ୍ନ ସାମଗ୍ରୀ ପ୍ରେରଣ କରିଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ସି-୧୭ ବିମାନ ଜରିଆରେ ୩୨ ଟନ୍ ସହାୟତା ପଠାଯାଇଛି। ଇଜିପ୍ଟର ଏଲ-ଏରିଶ୍ ବିମାନ ବନ୍ଦରରେ ଏହି ସାମଗ୍ରୀ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଭାରତ ପାଲେଷ୍ଟାଇନକୁ ଗତ ଅକ୍ଟୋବର ୨୨ ତାରିଖରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲା। ଏଲ-ଏରିଶ ବିମାନ ବନ୍ଦର ରାଫା କ୍ରସିଂ ଠାରୁ ପ୍ରାୟ ୪୫ କିମି ଦୂରରେ ଅବସ୍ଥିତ। ରାଫା କ୍ରସିଂ ହେଉଛି ଏକମାତ୍ର ରାସ୍ତା ଯେଉଁ ବାଟେ ଗାଜାକୁ ସହାୟତା ସାମଗ୍ରୀ ପଠାଯାଇ ପାରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button