ରାଜ୍ୟ

ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ – Ibnodisha

[ad_1]

ଭୁବନେଶ୍ୱର– ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯାଇଛି l ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଜି ପାଠାଗାରକୁ ଚନ୍ଦ୍ରଶେଖରପୁର ଓ ପୋଖରୀପୁଟ ଡ଼ିଏଭି ସ୍କୁଲର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପାଠାଗାର ପରିଭ୍ରମଣରେ ଆସିଥିଲେ l ଅତିରିକ୍ତ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ପାଠ୍ଯ ପୁସ୍ତକ ସହିତ ଅନ୍ୟାନ୍ୟ ପୁସ୍ତକ ଓ ସେମାନଙ୍କ ଯେଉଁ ବିଷୟରେ ଆଗ୍ରହ ଅଛି ତାକୁ ନିଷ୍ଠାର ସହିତ ପାଳନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ସହିତ ଭଲ ଚରିତ୍ରବାନ ହେବା ପାଇଁ କହିଥିଲେ l

କାର୍ଯ୍ୟକ୍ରମରେ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଓଡିଶା ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ଭାଗ୍ୟ ଲିପି ମଲ୍ଲ , ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ବାମନ ପରିଡ଼ା, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ୍ ମହାପାତ୍ର ଓ ଶ୍ରୀ ଲକ୍ଷ୍ମୀଧର ବେହେରା ପାଠକ ପାଠିକା ମାନଙ୍କୁ ଉଦବୋଧନ ଦେଇଥିଲେ l ଶେଷରେ ଛାତ୍ରଛାତ୍ରୀ ମାନେ ପାଠାଗାର ଭ୍ରମଣ କରିଥିଲେ l

ଏହି ଅବସରରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ସାହୁ, ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀ ବିଦ୍ୟାଧର ପଣ୍ଡା,ଶ୍ରୀମତୀ ସଳିତା ପାତ୍ର ଓ ମଞ୍ଜୁରାଣୀ ମୁଦୁଲି ଶିଶୁ ମାନଙ୍କୁ ବିଭିନ୍ନ ସୂଚନା ଦେଇ ଗ୍ରନ୍ଥାଗାରର ବିଭିନ୍ନ ବିଭାଗ ବିଷୟରେ ଅବଗତ କରାଇଥିଲେ l ଏମିତି କାର୍ଯ୍ୟ କରିବା ଦ୍ଵାରା ଶିଶୁ ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ହୋଇପାରିବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button