ଅପରାଧ

ଶୌଚାଳୟ ଯାଇଥିବା ବେଳେ ଯୁବତୀଙ୍କୁ ଟେକି ନେଲେଗଲେ ଦୁର୍ବୃତ୍ତ – Ibnodisha

[ad_1]

ଗ୍ୱାଲିଅର: ତିନି ଦିନ ପୂର୍ବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା । ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାମାନେ ସମଗ୍ର ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ଦାବି କରିଥିଲେ । କିନ୍ତୁ ମତଦାନ ଶେଷ ହେବା ପରେ ଗ୍ୱାଲିଅରରେ ଘଟିଥିବା ଘଟଣା ନେତାମାନଙ୍କ ଅସଲ ମୁଖା ଖୋଲିଛି । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜଣେ ଯୁବତୀଙ୍କୁ ପେଟ୍ରୋଲ ପମ୍ପରୁ ଅପହରଣ କରାଯାଇଥିବା ଦେଖାଯାଇଛି । ଲୋକଙ୍କ ଆଗରେ ୨ଜଣ ଦୁର୍ବୃତ୍ତ ଆସି ପୀଡ଼ିତାଙ୍କୁ ଜୋରଜବରଦସ୍ତ ଟେକି ନେଇଥିବା ସିସିଟିଭିରେ କଏଦ ହୋଇଛି ।

ଏବେ ଏହି ଭିଡିଓ ଆଧାରରେ ମଧ୍ୟପ୍ରଦେଶ ପୁଲିସ ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ପରିବାର ଲୋକେ କରିଥିବା ଅଭିଯୋଗ ମୁତାବକ, ଆମେ ଭିନ୍ଦକୁ ଦୀପାବଳି ପାଳନ କରିବାକୁ ଯାଇଥିବା ବେଳେ ସୋମବାର ସକାଳ ୮.୫୦ରେ ଗ୍ୱାଲିୟରରେ ପହଞ୍ଚିଥିଲୁ । ପରିସ୍ରା ଲାଗୁଥିବା କହି ଝିଅ ପାଖ ପେଟ୍ରୋଲ ପମ୍ପକୁ ଯାଇଥିଲା । ଏହି ସମୟରେ ତାଙ୍କୁ ଅପହରଣ କରାଯାଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଇଛି ଯେ, କିଛି ଲୋକ ଗାଡ଼ିରେ ପେଟ୍ରୋଲ ପକାଉଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍ ଆଣି ଆଗକୁ ଆସୁଛି । ଏହା ପରେ ମାସ୍କ ପିନ୍ଧିଥିବା ଅନ୍ୟଜଣେ ଯୁବକ, ପୀଡ଼ିତାଙ୍କୁ ଶୌଚାଳୟରୁ ଟେକି ଆଣି ବାଇକରେ ବସାଇ ଦେଉଛି । ଲୋକେ କାଳେ ବିରୋଧ କରିବେ, ସେ ଡରରେ ଦୁହେଁ ପୀଡ଼ିତାଙ୍କୁ ନେଇ ସେଠାରୁ ଫେରାର ହୋଇଯାଉଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button