ଅପରାଧ

ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା, ଜେଲ ଯିବା ଭୟରେ ଝୁଲିପଡ଼ିଲା ସାନ – Ibnodisha

[ad_1]

ତାଳଚେର : ଦୁଇଦିନ ପୂର୍ବରୁ ସାନ ତାର ନିଭ ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ଆଜି ସାନଭାଇ ଜେଲ ଯିବା ଭୟରେ ଝୁଲିପଡ଼ିଛି। ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ପବନା ଭୋଇ।ସୂଚନା ମୁତାବକ, ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଣ୍ଟୁଲୋଇ ଗ୍ରାମରେ ସାମନ୍ୟ ଘଟଣାକୁ ନେଇ ମଙ୍ଗଳବାର ଦିନ ସାନଭାଇ ପବନା ଭୋଇ ତାର ବଡ଼ଭାଇ ଅନିଲ ଭୋଇଙ୍କୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଥିଲା। ପୁଲିସ୍‌ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ଘର ପାଖରେ ଥିବା ଏକ ଗଛରେ ଗାମୁଛା ଲଗାଇ ଫାଶି ଲଗାଇଥିଲା। ପବନା ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସଙ୍ଗେ ସଙ୍ଗେ ବିକ୍ରମପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବିକ୍ରମପୁର ଥାନା ଅଧିକାରୀ ମନୋଜ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜେଲ ଯିବା ଭୟରେ ପବନା ଆଜି ଘର ପାଖରେ ଥିବା ଏକ ଗଛରେ ଗାମୁଛା ଳଗାଇ ଆତ୍ମହତ୍ୟା କରି ଦେଇଥିବା କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button