ରାଜ୍ୟ

ରାଜଧାନୀରେ ଧରାପଡିଲେ ଲୁଟେରା ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ଧରି ଲୁଟେରାଙ୍କ ଉତ୍ପାତ ଦେଖାଦେଇଛି। ଏହା ମଧ୍ୟରେ ମଙ୍ଗଳବାର ପୁଲିସଙ୍କୁ ବଡ ସଫଳତା ମିଳିଛି। ପୁଲିସ କବଜାରେ ପଡିଛନ୍ତି ଲୁଟେରା। ବଡଗଡ ପୁଲିସ ଲୁଟେରାଙ୍କୁ କାବୁ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ କରିଛି। ଏମାନେ ନିକଟରେ ବ୍ରହ୍ମଶ୍ୱରପାଟଣାରୁ ଦିନ ସମୟରେ ଚୋରି କରିଥିଲେ। ଏହି ଲୁଟ୍‌‌ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।ସୂଚନା ଯୋଗ୍ୟ, ଉକ୍ତ ଲୁଟେରା ଦିନ ସମୟରେ ଘରକୁ ଘର ବୁଲି ଜିନିଷ ବ୍ୟବସାୟ କରିବା ସହ ସୁଯୋଗ ଦେଖି ଲୋକଙ୍କ ଘରେ ପଶି ଲୁଟ୍‌‌ କରୁଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button