ଦେଶ

ଆମେରିକାରେ ନିମୋନିଆ ଆତଙ୍କ – Ibnodisha

[ad_1]

ୱାଶିଂଟନ: ଚୀନ୍ ପରେ ଆମେରିକାକୁ ବ୍ୟାପିଲା ନିମୋନିଆ । ଶିଶୁଙ୍କ ମଧ୍ୟରେ ଏହି ସଂକ୍ରମଣ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଓହିଓ ରାଜ୍ୟର  ୱାରେନ କାଉଣ୍ଟିରେ ବହୁ ଶିଶୁ ଏହି  ନିମୋନିଆରେ ସଂକ୍ରମିତ ହୋଇଛନ୍ତି ।  ସ୍ୱାଭାବିକ ଠାରୁ ସଂକ୍ରମିତ ପିଲାଙ୍କ  ସଂଖ୍ୟା ଅଧିକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛନ୍ତି ।  ଚୀନ୍‌ରେ ବ୍ୟାପିଥିବା ନିମୋନିଆର ଏହା ସହ ଏହାର ଲିଙ୍କ୍‌ ଥିବା ସନ୍ଦେହ ପ୍ରକାଶ ପାଇଛି ।

ୱାରେନ କାଉଣ୍ଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି, ୧୪୫ ଜଣ ଶିଶୁ  ନିମୋନିଆରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୩ରୁ ୧୪ ବର୍ଷ ମଧ୍ୟରେ ରହିଛି ।  ଦେଶରେ ସ୍ୱାଭାବିକ ହାର ଠାରୁ ହଠାତ୍‌ ଏଭଳି ଭାବେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବା ନିହାତି ଚିନ୍ତାଜନକ ବିଷୟ ।  କିନ୍ତୁ ଏହା ସେଭଳି କୌଣସି ନଭେଲ କିମ୍ବା ଶ୍ବାସକ୍ରିୟା ଜନିତ ରୋଗ  ନୁହେଁ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ  ଶିଶୁଙ୍କ ଠାରେ ନିମୋନିଆ ସଂକ୍ରମଣ  ମାମଲା ରହିଥିଲା । ଗତ କିଛିଦିନ  ଭିତରେ ଏହି ସଂକ୍ରମଣ ହଠାତ୍‌ ବୃଦ୍ଧି ପାଇଛି । ହେଲେ ସେଭଳି  ଘତକ ନୁହେଁ କିମ୍ବା ଶିଶୁ ଗୁରୁତର ହେଉନାହାନ୍ତି । ଆଣ୍ଟିବାୟୋଟିକ  ଦ୍ୱାରା ସମ୍ପୂର୍ଣ୍ଣ ଭଲ ହୋଇପାରୁଛନ୍ତି ।  ଏପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ  ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିନାହିଁ ।

ତେବେ ଚୀନ୍‌ରେ ହଠାତ୍‌  ଶିଶୁମାନେ ସଂକ୍ରମିତ ହେବା ପରେ  ତାକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକାଂଶ ବିଶେଷଜ୍ଞ ଏହାକୁ କୋଭିଡ-୧୯ ଭଳି ଆଉ ଏକ ମହାମାରୀ ବୋଲି ବର୍ଣ୍ଣନା କରୁଛନ୍ତି । ଯାହାକୁ ନେଇ  ସୋସିଆଲ ମିଡିଆରେ ବେଶ୍‌ ଆଲୋଚନା  ହେଉଛି । କେହି ଏହାକୁ ନୂଆ ଭାଇରସ୍‌  କିମ୍ବା କୋଭିଡର ନୂଆ ରୂପ ବୋଲି ମଧ୍ୟ  ଉଲ୍ଲେଖ କରିବାକୁ ପଛାଉ ନାହାନ୍ତି ।  ତେବେ ଏହା କୌଣସି ନୂଆ ଭାଇରସ୍‌ ନୁହେଁ ବୋଲି ଚୀନ୍‌ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ  ଦେଇଛନ୍ତି । କହିଛନ୍ତି ଏହା ହେଉଛି  ଦେଶରେ ପୂର୍ବରୁ ଦେଖାଦେଉଥିବା  ନିମୋନିଆ । ଅବଶ୍ୟ ଶିଶୁଙ୍କ ଠାରେ  ସଂକ୍ରମିତ ସଂଖ୍ୟା ବୃଦ୍ଧି ପରିଲକ୍ଷିତ  ହୋଇଛି । କିନ୍ତୁ ଏହା ସେଭଳି ଘାତକ କିମ୍ବା  ଗୁରୁତର ସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି କରୁନାହିଁ ।  ଶୀତଋତୁ ଆରମ୍ଭ ଯୋଗୁ ଏଭଳି  ସଂକ୍ରମଣ ବଢ଼ିଛି । ସେହିଭଳି  ଡବ୍ଲ୍ୟୁଏଚ୍‌ଓ ମଧ୍ୟ ଏହା କୌଣସି  ନୂଆ ଭାଇରସ ନୁହେଁ ବୋଲି କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button