ଦେଶ

ବାତ୍ୟା ‘ ମିଗ୍‌ଜୋମ୍‌’ ପ୍ରଭାବ: ଚେନ୍ନାଇରେ ପ୍ରବଳ ବର୍ଷା, ୮ ଜଣଙ୍କ ମୃତ୍ୟୁ – Ibnodisha

[ad_1]

ଚେନ୍ନଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ ମିଗ୍‌ଜୋମ୍’ ଭୀଷଣ ରୂପ ଧାରଣ କରିବା ସହ ସ୍ଥଳଭାଗ ମୁହାଁ ହୋଇଥିବା ବେଳେ ଏହା ପ୍ରଭାବରେ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିଛି। ଚେନ୍ନଇ ସମେତ ଚେଙ୍ଗଲପେଟୁ,କାଞ୍ଚିପୁରମ ଏବଂ ତିରୁଭାଲୁର ଜିଲ୍ଲାରେ ଲାଗାଣ ବର୍ଷାକୁ ନେଇ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଏହିସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ବହୁ ଉପକୂଳ ଜିଲ୍ଲା ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି।  ଉଚ୍ଚ ବେଗରେ ପବନ ବୋହିବା ସହିତ ଲଗାଣ ବର୍ଷା ଯୋଗୁଁ ଚେନ୍ନଇ ସହର ଜଳମଗ୍ନ ହୋଇପଡ଼ିଥିବା ବେଳେ ସହରର ବିଭିନ୍ନ ଅଞ୍ଚଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ କେତେକ ଅଞ୍ଚଳରେ ଘରଦ୍ବାର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସହରର ସବୁଆଡେ ପାଣି ଭର୍ତ୍ତି ହୋଇଥିବାରୁ ଟ୍ରାଫିକ ସମସ୍ୟା ଉତ୍କଟ ହୋଇପଡ଼ିଛି।

ସେପଟେ ଚେନ୍ନଇ ବିମାନ ବନ୍ଦର ରନ୍‌ୱେ ପାଣିରେ ବୁଡ଼ି ରହିଥିବାରୁ ୩୩ଟି ବିମାନର ଗତିପଥ ପରିବର୍ତ୍ତନ କରାଯିବା ସହିତ ଏଠାରୁ ଉଡ଼ାଣ କରିବାକୁ ଥିବା ୭୦ଟି ବିମାନର ଉଡ଼ାଣ ବାତିଲ କରିଦିଆଯାଇଛି। ସେହିପରି ଲଗାଣ ବର୍ଷା ଯୋଗୁ ରେଳଧାରଣା ମଧ୍ୟ ବୁଡିଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ୬୦ଟି ଟ୍ରେନର ଚଳାଚଳ ବାତିଲ କରିଦିଆଯାଇଛି। ଚେନ୍ନଇ ସହର ସମେତ ଚେଙ୍ଗଲପେଟୁ, କାଞ୍ଚିପୁରମ ଏବଂ ତିରୁଭାଲୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବାରୁ ଜନଜୀବନ ବ୍ୟାହତ ହୋଇପଡ଼ିଥିବା ବେଳେ ଜଳ ନିଷ୍କାସନ ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବା ରାଜ୍ୟପାଳ ଆର ଏନ ରବି କହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ସତର୍କ ରଖାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button